ଦେଶରେ ୧୦୦ ସହରରେ ଚାଲିବ ୧୦ ହଜାର ଇଲେକ୍ଟ୍ରିକ ବସ: କେନ୍ଦ୍ରର ଘୋଷଣା…

ନୂଆଦିଲ୍ଲୀ,୧୬।୮ : ବୁଧବାର କେନ୍ଦ୍ର ସରକାର ପିଏମଇ-ବସ ସେବା ଅନ୍ତର୍ଗତ ଦେଶର ୧୦୦ଟି ସହରରେ ୧୦ ହଜାର ନୂତନ ବୈଦ୍ୟୁତିକ ବସ ଚାଲିବ ବୋଲି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ଇ-ବସ ସେବାଙ୍କୁ ଅନୁମୋଦନ ଦିଆଯାଇଛି। ଏଥିପାଇଁ, ୬୭୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।

ଦେଶର ୧୬୯ ସହର ମଧ୍ୟରୁ ୧୦୦ ସହରରେ ଏହି ସୁବିଧା ଯୋଗାଇ ଦିଆଯିବ। ଏହା ଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବ ବୋଲି ସେ କହିଛନ୍ତି। ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ ଏହା ସମ୍ପନ୍ନ ହେବ।

Share