Categories: ଜାତୀୟ

ଦିନାଜପୁର କାଳୀ ମନ୍ଦିରରେ ହେବ ୧୦ ହଜାର ଛେଳି ବଳି, କାଳୀ ପୂଜାରେ ଏହା ବନ୍ଦ ପାଇଁ କିଛି ଆଇନ ଅଛି କି ? ହାଇକୋର୍ଟଙ୍କ ପ୍ରଶ୍ନ…

କୋଲକାତା,୩୦।୧୧ : ଆସନ୍ତା ‘ବୋଲା କାଳୀ ମହୋତ୍ସବ’ ପାଇଁ ପଶ୍ଚିମବଙ୍ଗରେ ୧୦ ହଜାରରୁ ଅଧିକ ଛେଳି ବଳିକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଜନସ୍ବାର୍ଥ ମାମଲାର(ପିଆଇଏଲ)ର ଶୁଣାଣି କଲିକତା ହାଇକୋର୍ଟ ଗୁରୁବାର ଦିନ କରିଛନ୍ତି। ମୁଖ୍ୟ ବିଚାରପତି ଟି.ଏସ ସିବଗଣନମ ଏବଂ ଜଷ୍ଟିସ ହିରଣ୍ମୟ ଭଟ୍ଟାଚାର୍ଯ୍ୟଙ୍କ ଏକ ଡିଭିଜନ ବେଞ୍ଚ ଆବେଦନକାରୀଙ୍କ ଓକିଲଙ୍କୁ ପଶ୍ଚିମବଙ୍ଗ ରାଜ୍ୟରେ ଛେଳି ବଳି ବିରୋଧରେ କୌଣସି ନିଷେଧାଦେଶ ଆଇନ ଅଛି କି ବୋଲି ପଚାରିଥିଲେ। ସେ ଯୁକ୍ତି ଦର୍ଶାଇଥିଲେ କୌଣସି ଅଭିଯୋଗ ନାହିଁ, କିନ୍ତୁ ପଶ୍ଚିମବଙ୍ଗ ପଶୁ ହତ୍ୟା ନିୟମ, ୧୯୫୦ ଭଳି କେତେକ ନିୟମ ଅଛି, ଯେଉଁଥିରେ ପ୍ରତ୍ୟେକ ଛେଳିକୁ ପଶୁ ଚିକିତ୍ସକଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯିବା ଆବଶ୍ୟକ।

ଆଇନଜୀବୀ କହିଛନ୍ତି “ବୋଲା କାଳୀ ପୂଜା” ଅବସରରେ ଛେଳି ବଳି କରାଯାଇଥାଏ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୋର୍ଟଙ୍କ ନିର୍ଦ୍ଦେଶ ଏବଂ ସର୍କୁଲାର ଯୋଗୁଁ ଗତ ଦୁଇ ବର୍ଷ ଧରି ଏହିପରି ବଳିକୁ ସ୍ଥଗିତ ରଖାଯାଇଛି। ସାରା ରାଜ୍ୟରେ ବଡ ମନ୍ଦିର ଅଛି। ସେଥିମଧ୍ୟରୁ ଦିନାଜପୁରର ବୋଲା କାଳୀ ମନ୍ଦିର ପକ୍ଷରୁ ଘୋଷଣା କରିଯାଇଛି ଏକ ସମୟରେ ୧୦ ହଜାର ଛେଳି ବଳି ଦେବାକୁ ଚାହୁଁଛନ୍ତି। ସାରା ରାଜ୍ୟରେ ଏପରି ଅନେକ ମନ୍ଦିର ଅଛି, ଯେଉଁଠାରେ ଛେଳି ବଳି ହେବ। ଏହି ଆବେଦନ ଶୁଣି ଡିଭିଜନ ବେଞ୍ଚ ଏହି ମାମଲାରକୁ ଶୁକ୍ରବାର ତାଲିକାଭୁକ୍ତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରତିପକ୍ଷଙ୍କୁ ଶୁଣାଣିରେ ସେମାନଙ୍କ ଉପସ୍ଥିତି ନିଶ୍ଚିତ କରିବାକୁ ଆବେଦନକାରୀଙ୍କ ପାଇଁ ପରାମର୍ଶ ଜାରି ହୋଇଛି।

 

Share