Posted inଫୁରସତ

ଚାଉଳ କେ.ଜି.୧୦ ହଜାର ଟଙ୍କା

ଟୋକିଓ: ଭାରତୀୟମାନଙ୍କର ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଚାଉଳକୁ ଧରାଯାଇଥାଏ। ବଜାରରେ ବିଭିନ୍ନ ମୂଲ୍ୟର ଚାଉଳ ଉପଲବ୍ଧ ରହିଥାଏ। ସେଠାରୁ ସାଧାରଣତଃ ଲୋକମାନେ ସେମାନଙ୍କର ବଜେଟ ଏବଂ ଆବଶ୍ୟକତା ଅନୁଯାୟୀ ଚାଉଳ କିଣିଥାନ୍ତି। ଭାରତରେ ସାଧାରଣତଃ ଭଲ ଏବଂ ପ୍ରିମିୟମ୍‌ ଗୁଣାତ୍ମକ ଚାଉଳର ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ରୁ ୨୦୦ ଟଙ୍କା ମଧ୍ୟରେ ରହିଥାଏ। ତେବେ ଜାପାନରେ ଉତ୍ପାଦିତ ହେଉଥିବା ଏକ ଚାଉଳ ଭାରତୀୟ ଚାଉଳଠାରୁ ୧୦୦ ଗୁଣା ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ। ଏକ ରିପୋର୍ଟ ଅନୁଯାୟୀ, କିନ୍‌ମେମାଇ ପ୍ରିମିୟମ୍‌ ନାମକ ଏକ ଜାପାନୀ ଚାଉଳ ହେଉଛି ବିଶ୍ୱର ସବୁଠାରୁ ଦାମୀ ଚାଉଳ। ଅତ୍ୟଧିକ ମୂଲ୍ୟ ଯୋଗୁ ଏହି ଚାଉଳ ପୂର୍ବରୁ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡସ୍‌ରେ ମଧ୍ୟ ସ୍ଥାନିତ ହୋଇସାରିଛି। କିନ୍‌ମେମାଇ ପ୍ରିମିୟମ୍‌ ରାଇସ୍‌ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ପାରମ୍ପରିକ ଚାଉଳ ଅପେକ୍ଷା ଏଥିରେ ୧.୮ ଗୁଣା ଅଧିକ ଫାଇବର ଏବଂ ୭ ଗୁଣା ଅଧିକ ଭିଟାମିନ୍‌ ବି୧ ରହିଥାଏ। ଏହି ଚାଉଳ ସାମାନ୍ୟ ମିଠା ଏବଂ ସୁଗନ୍ଧିତ ମଧ୍ୟ। ରିପୋର୍ଟ ଅନୁଯାୟୀ, ୨୦୧୬ରେ ଏହି ଚାଉଳର ମୂଲ୍ୟ ୯,୧୨୩ ଟଙ୍କା ପ୍ରତି କେ.ଜି. ରହିଥିଲା। ସେତେବେଳେ ଏହାକୁ ବିଶ୍ବର ସର୍ବୋତ୍ତମ ଚାଉଳ ଭାବରେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହାର ମୂଲ୍ୟ କେ.ଜି. ପ୍ରତି ୧୦ ହଜାର ଟଙ୍କାରୁ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଦେବମାଲି

ଜୟପୁର: ରାଜସ୍ଥାନର ବେୱର ଜିଲାରେ ଅବସ୍ଥିତ ଦେବମାଲି ଗ୍ରାମକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ମଙ୍ଗଳବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଘୋଷଣା କରିଛି। ପର୍ଯ୍ୟଟନ...

ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରେ ଗର୍ଭନିରୋଧକ

ପ୍ରତିବର୍ଷ ୨୬ ସେପ୍ଟେମ୍ବରରେ ବିଶ୍ୱ ଗର୍ଭନିରୋଧକ ଦିବସ ପାଳନ କରାଯାଏ। ଗର୍ଭନିରୋଧକ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ମହତ୍ତ୍ୱ ବୁଝିବା...

ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍‌, ଆଇପିଏସ୍‌

ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍‌ ଏବଂ ଆଇପିଏସ୍‌ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର...

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri