କ୍ୱାରାଣ୍ଟାଇନ୍‌ରେ ୧୦ ଜଣିଆ ଡବ୍ଲ୍ୟୁଏଚ୍‌ଓ ଅନୁସନ୍ଧାନକାରୀ ଟିମ୍‌

ଉହାନ,୧୪।୧: କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ଉହାନ ସହରରେ ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ୧୦ ଜଣିଆ ଅନୁସନ୍ଧାନକାରୀ ଟିମ୍‌ ପହଞ୍ଚିଛନ୍ତି। ସେମାନେ କରୋନା ଉତ୍ପତ୍ତି ସମ୍ପର୍କରେ ଏଠାରେ ଅନୁସନ୍ଧାନ କରିବେ। କରୋନା ମହାମାରୀ ଭୂତାଣୁ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଡବ୍ଲ୍ୟୁଏଚ୍‌ଓ ଟିମ୍‌ ପକ୍ଷରୁ ପ୍ରୟାସ କରାଯିବ। ଏନେଇ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟିସସ୍‌ ପୂର୍ବରୁ ସୂଚନା ଦେଇଥିଲେ। ସେହିପରି ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ ନିଜସ୍ବ ଓ୍ବେବସାଇଟ୍‌ରେ ଡବ୍ଲ୍ୟୁଏଚ୍‌ଓ ଟିମ୍‌ ଆସୁଥିବା ନେଇ କୁହାଯାଇଥିଲା। ଡବ୍ଲ୍ୟୁଏଚ୍‌ଓ ଟିମ୍‌ଙ୍କୁ ଚାଇନାରେ ପ୍ରଚଳିତ କରୋନା ମାର୍ଗଦର୍ଶିକା ଅନୁସାରେ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ଜାତୀୟ ସ୍ବାସ୍ଥ୍ୟ କମିଶନର ପ୍ରବକ୍ତା ମି ଫେଙ୍ଗ୍‌ କହିଛନ୍ତି।

Share