Categories: ଜାତୀୟ

୧୦ ମିନିଟ୍‌ ଧରି କୁନି ଝିଅକୁ ପାଖରେ ଧରି କଥା ହେଲେ ପ୍ରଧାନମନ୍ତ୍ରୀ : ଜାଣନ୍ତୁ ସେ କିଏ

ପୁଣେ,୧୨।୮: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଅନେକ ଲୋକେ ଇଚ୍ଛା କରନ୍ତି। ବୃଦ୍ଧଠାରୁ ଆରମ୍ଭ କରି ଶିଶୁ ମଧ୍ୟ ଏଥିରେ ସାମିଲ ଅଛନ୍ତି। କିନ୍ତୁ ସମସ୍ତେ ମୋଦିଙ୍କୁ ଭେଟିବାର ସୁଯୋଗ ପାଇପାରନ୍ତି ନାହିଁ। ମହାରାଷ୍ଟ୍ରର ବରିଷ୍ଠ ନେତା ରାଧାକୃଷ୍ଣ ଭିଖେ ପାଟିଲଙ୍କ ୧୦ ବର୍ଷର ନାତୁଣୀ ଅନିଶା ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ। ବିଶେଷ କଥା ହେଉଛି ଝିଅଟି ଇ-ମେଲ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବିଷୟରେ କଥା ହୋଇଥିଲେ। ଏହାର ଜବାବରେ ପ୍ରଧାନମନ୍ତ୍ରୀ ମଧ୍ୟ ଲେଖିଥିଲେ, ଦୌଡ କେ ଚାଲି ଆଓ ବେଟା। ଉଭୟଙ୍କ ସାକ୍ଷାତ ପ୍ରାୟ ୧୦ ମିନିଟ ଧରି ଚାଲିଥିଲା।
ଅହମ୍ମଦନଗରର ଏମ୍‌ପି ଡଃ ସୁଜୟ ଭିକେ ପାଟିଲଙ୍କ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ବହୁତ ଆଗ୍ରହୀ ଥିଲେ। ସେ ତାଙ୍କ ବାପାଙ୍କୁ ସବୁବେଳେ ସାଙ୍ଗରେ ନେବାକୁ କହୁଥିଲେ। ତେବେ ପାଟିଲ ଝିଅକୁ କହିଥିଲେ ଯେ ସେ ଯାହା ମାଗୁଛନ୍ତି ତାହା ଏକ କଷ୍ଟକର କାର୍ଯ୍ୟ। ଯେହେତୁ ପ୍ରଧାନମନ୍ତ୍ରୀ ବ୍ୟସ୍ତ ଅଛନ୍ତି ଏବଂ ତାଙ୍କୁ ଭେଟିବା ପାଇଁ ଆଗରୁ ଅନୁମତି ନେବାକୁ ମଧ୍ୟ ପଡେ। ଅନିଶାଙ୍କ କୌଣସି ଉପାୟ ନ ପାଇ ଦିନେ ବାପାଙ୍କ ଲାପଟପ ଉଠାଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମେଲ ପଠାଇଲେ। ସେ ମେଲରେ ଲେଖିଥିଲେ, ନମସ୍କାର ସାର୍‌, ମୁଁ ଅନିଶା ଏବଂ ମୁଁ ତୁମକୁ ଭେଟିବାକୁ ଚାହେଁ।’ ଏହାର ଜବାବରେ ପ୍ରଧାନମନ୍ତ୍ରୀ ମଧ୍ୟ ଲେଖିଥିଲେ, ଦୌଡ କେ ଚାଲି ଆଓ ବେଟା। ସୁଜୟ ପାଟିଲ ସଂସଦରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପଚାରିଥିଲେ ଅନିଶା କେଉଁଠାରେ?
ଅନିଶା ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ପ୍ରଶ୍ନର ବାକ୍ସ ଖୋଲିଥିଲେ। ସେ ପଚାରିଲେ, ଏହା ତୁମର କାର୍ଯ୍ୟାଳୟ କି? ତୁମର ଅଫିସ କେତେ ବଡ? ଆପଣ ଦିନସାରା ଏଠାରେ ବସିରୁହନ୍ତି କି? ଏହି ସମୟରେ ପ୍ରଧାନମନ୍ତ୍ରୀ ଝିଅର ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଏକ ଛୋଟ ସାକ୍ଷାତରେ ମୋଦି ଏବଂ ଅନିଶାଙ୍କ ମଧ୍ୟରେ କ୍ରୀଡା, ଅଧ୍ୟୟନ ଏବଂ ପ୍ରିୟ ଜିନିଷ ବିଷୟରେ ଆଲୋଚନା ହୋଇଥିଲା। ଝିଅଟି ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲା, ଯଦି ତୁମେ ଗୁଜରାଟର, ତେବେ ତୁମେ କେବେ ଭାରତର ରାଷ୍ଟ୍ରପତି ହେବ।ଏହି ପ୍ରଶ୍ନ ଶୁଣି ମୋଦି ଏବଂ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଲେ।

Share