ଲଣ୍ଡନ,୨୯।୬: ବ୍ରିଟେନ୍ରେ ଜଣେ ୧୦ ବର୍ଷ ନାବାଳିକା ଗର୍ଭବତୀ ହେବା ଏବଂ ପରେ ଶିଶୁପୁତ୍ରଙ୍କୁ ଜନ୍ମ ଦେବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନାବାଳିକା ଜଣକ ୩୦ ସପ୍ତାହ ଗର୍ଭ ପରେ ୧୧ ବର୍ଷ ବୟସରେ ପ୍ରସବ କରି ରେକର୍ଡ କରିଛନ୍ତି। ଏହାକୁ ନେଇ ନାବାଳିକାଙ୍କ ପରିବାର ସଦସ୍ୟଙ୍କ ସମେତ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏବେ ମା’ ଏବଂ ଶିଶୁ ଉଭୟ ସୁସ୍ଥ ଥିବା ଡାକ୍ତରମାନେ କହିଛନ୍ତି। ବ୍ରିଟେନ୍ରେ ପିଲାଙ୍କଠାରେ ଶୀଘ୍ର ଯୌବନାବସ୍ଥା ଆସୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏଭଳି ଘଟଣାର ସଂଖ୍ୟା ଦେଶରେ ଧୀରେଧୀରେ ବୃଦ୍ଧି ପାଉଥିବା ଡାକ୍ତର କୈରଳ କୁପର ସୂଚନା ଦେଇଛନ୍ତି। ପୂର୍ବରୁ ୨୦୦୬ରେ ବ୍ରିଟେନ୍ର ଟେରେସା ମିଡ଼ଲଟନ୍ ୧୨ ବର୍ଷ ବୟସରେ ମା’ ହୋଇଥିଲେ। ୨୦୧୪ରେ ବ୍ରିଟେନ୍ର ଜନ୍ମ ହୋଇଥିବା ଜଣେ ଶିଶୁଙ୍କ ମାତା ପିତାଙ୍କ ବୟସ ଯଥାକ୍ରମେ ୧୨ ଏବଂ ୧୩ ବର୍ଷ ଥିଲା। ୧୯୩୯ରେ ପେରୁରେ ବାସ କରୁଥିବା ଳିନା ମେଡ଼ିନା ମାତ୍ର ୫ ବର୍ଷ ୭ ମାସରେ ମା’ ହୋଇ ପୃଥିବୀରେ ରେକର୍ଡ କରିଥିଲେ।