Categories: ଜାତୀୟ

ବିଳମ୍ବରେ ପହଞ୍ଚିବାରୁ ଝିଅକୁ ପିଟିପିଟି ମାରିଦେଲା ବାପା

ମୋରେନା,୧୧।୧୦: ୧୦ ବର୍ଷୀୟା ଝିଅକୁ ପିଟିପିଟି ହତ୍ୟା କରିଛନ୍ତି ବାପା। ଝିଅର ଭୁଲ ଏତିକି ଯେ, ସେ ନବରାତ୍ରୀ ଇଭେଣ୍ଟରୁ ସାଙ୍ଗମାନଙ୍କ ଖେଳିବା ପରେ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ମଧ୍ୟପ୍ରଦେଶର ମୋରେନା ସହର ଉତ୍ତମପୁରା ଅଞ୍ଚଳରେ ରବିବାର ରାତିରେ ଏଭଳି ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଷ୍ଟେଶନ ରୋଡ୍‌ ଥାନା ଇନଚାର୍ଜ ଆଶିଷ ରାଜପୁତ କହିଛନ୍ତି, ଅଭିଯୁକ୍ତ ରାକେଶ ଯାତବ (୪୦) ଘଟଣା ସମୟରେ ମଦ୍ୟପାନ କରିଥିଲେ। ଝିଅ ରାତି ୯ଟାରେ ଫେରିବା ପରେ ତାଙ୍କୁ ବାଡିରେ ଖୁବ୍‌ ବାଡ଼େଇଥିଲେ। ଫଳରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛୁ।

Share