୪ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ

ଭବାନୀପାଟଣା,୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା କୋକସରା ପୋଲିସ ୨୦୨୧ ଅଗଷ୍ଟ ୮ ତାରିଖ ସାରେ ଅଇଁଲାଗୁ ଛକ ନିକଟରେ ଯାନବାହନ ଯାଞ୍ଚ ବେଳେ ୨ଟି କାର୍‌ରୁ ୩ କୁଇଣ୍ଟାଲ ୧୧ କେଜି ୭୧୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୪ ଜଣ ଯୁବକଙ୍କୁ ଗିରଫ କରିଥିଲା। ଏକ ମାମଲା ରୁଜୁ କରି ସୁରଜ ସିଂ (୨୫), ଅନୀଲ କୁମାର ବିନ୍ଧ (୨୫), ରବି ଶଙ୍କର ଚୌହାନ(୨୨) ଓ କୁଳଦୀପ ଗୁପ୍ତା (୨୦)ଙ୍କୁ କୋର୍ଟ ଚାଲାଣ କରିଥିଲା। ଗୁରୁବାର ଏହି ମାମଲାର ଶୁଣାଣି କରି ଧର୍ମଗଡ଼ ଅତିରିକ୍ତ ଜିଲା ଦୌରା ତଥା ସ୍ବତନ୍ତ୍ର ଜଜ୍‌ ବନ୍ଦନା କର ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି। ଅତିରିକ୍ତ ସ୍ବତନ୍ତ୍ର ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର ମାମଲା ପରିଚାଳନା କରିଥିଲେ।

Share