ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡାଦେଶ

  • କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଫାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ କୁନା ଓରଫ କୁଲୁ ମୁଣ୍ଡା(୨୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ ଜେଲ୍‌ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ୨୩ ମେ’ ୨୦୧୮ରେ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଉକ୍ତ ରାତିରେ ୧୩ ବର୍ଷୀୟା ନାବାଳିକା ତଥା ପୀଡ଼ିତାଙ୍କ ଭାଇ ଅଭିଯୁକ୍ତ କୁଲୁଙ୍କ ଘରେ ମୋବାଇଲ ଚାର୍ଜ କରିବାକୁ ଦେଇଥିଲେ। ରାତିରେ ଉକ୍ତ ମୋବାଇଲ ଆଣିବାକୁ ପୀଡ଼ିତାଙ୍କ ଭାଇ କହିଥିଲେ। ପୀଡ଼ିତା ଉକ୍ତ ମୋବାଇଲ ଧରି ଘରକୁ ଫେରୁଥିବା ବେଳେ ବାଟରେ  ଏକାନ୍ତ ସ୍ଥାନରେ ଥିବା ଶାଳ ଗଛମୂଳରେ ପରିସ୍ରା କରିଥିଲେ। କୁଲୁ ଏକୁଟିଆ ଦେଖି ପୀଡ଼ିତାଙ୍କୁ ଜୋରଜବରଦସ୍ତ ଟେକି ନେଇ ବଳାତ୍କାର କରିଥିଲେ। ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାର ତୁରୁମୁଙ୍ଗା ଥାନାରେ ମେ’ ୨୬ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ୍‌ ନମ୍ବର ୬୦/୧୮ରେ ଏକ ବଳାତ୍କାର ମାମଲା ରୁଜୁ କରି କୁଲୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୫ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତକୁ ଭିତ୍ତିକରି ବିଚାରପତି ଉକ୍ତ ରାୟ ପ୍ରକାଶ କରିଥିବା ସରକାରଙ୍କ ପକ୍ଷରୁ କେସ୍‌ ପରିଚାଳନା କରୁଥିବା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା କହିଛନ୍ତି।

Share