ଆଫ୍ରିକାବାସୀଙ୍କ ଜୀବନ ଧାରଣ ବୟସରେ ୧୦ ବର୍ଷ ବୃଦ୍ଧି …

ଜେନେଭା, ୬।୮ : ବିଶ୍ୱ ଦ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜୀବନ ଧାରଣ ବୟସ ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ୨୦୦୦ ରୁ ୨୦୧୯ ମଧ୍ୟରେ ଆଫ୍ରିକୀୟ ଅଞ୍ଚଳର ହାରାହାରି ମୁଣ୍ଡପିଛା ଜୀବନ ଧାରଣ ବୟସରେ ୧୦ ବର୍ଷ ବୃଦ୍ଧି ହୋଇଛି। ଏହି ବୃଦ୍ଧି ବିଶ୍ୱର ଅନ୍ୟ ଅଞ୍ଚଳ ତୁଳନାରେ ଅଧିକ ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାର ରିପୋର୍ଟ ୨୦୨୦ ୟୁନିଭର୍ସାଲ ହେଲଥ କଭରେଜ ଟ୍ରାକିଂ ରେ ପ୍ରକାଶିତ ହୋଇଛି ଯେ, ଆଫ୍ରିକୀୟ ଅଞ୍ଚଳରେ ଜୀବନ ଧାରଣ ବୟସ ୨୦୦୦ ରେ ୪୬ ବର୍ଷରୁ ୨୦୧୯ ରେ ୫୬ ବର୍ଷକୁ ବୃଦ୍ଧି ପାଇଛି। ତଥାପି, ଆଫ୍ରିକାରେଜୀବନ ଧାରଣ ବୟସ ବିଶ୍ୱର ହାରାହାରି ୬୪ ବୟସଠାରୁ କମ ରହିଛି। ଅପର ପକ୍ଷରେ, ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୦୦ରୁ ୨୦୧୯ ମଧ୍ୟରେ ବିଶ୍ୱର ଜନସାଧାରଣଙ୍କର ଜୀବନ ଧାରଣ ବୟସରେ ହାରାହାରି ପାଞ୍ଚ ବର୍ଷ ବୃଦ୍ଧି ପାଇଛି।

ଆଫ୍ରିକାରେ ଏହି ଜୀବନ ଧାରଣ ବୟସ ବୃଦ୍ଧି ହେବାର କାରଣଗୁଡ଼ିକରେ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ସେବା, ପ୍ରଜନନ, ମାତୃ, ନବଜାତକ ଏବଂ ଶିଶୁ ସ୍ବାସ୍ଥ୍ୟ ବୃଦ୍ଧି, ଏବଂ ସଂକ୍ରାମକ ରୋଗ ବିରୋଧରେ ଲଢେଇ ଅନ୍ତର୍ଭୁକ୍ତ। ବିଶେଷ ଭାବରେ, ୨୦୦୫ ମସିହାରୁ ଏଚ.ଆଇ.ଭି, ଯକ୍ଷ୍ମା ଏବଂ ମ୍ୟାଲେରିଆ ନିୟନ୍ତ୍ରଣ ପଦକ୍ଷେପଗୁଡ଼ିକର ଦ୍ରୁତ ବୃଦ୍ଧି ଯୋଗୁ ସୁସ୍ଥ ଜୀବନ ଧାରଣ ବୟସ ବଢ଼ିବାରେ କରିବାରେ ସାହାଯ୍ୟ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଆଫ୍ରିକୀୟ ମହାଦେଶରେ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟସେବା କଭରେଜରେ ୨୦୧୯ରେ ୪୬ପ୍ରତିଶତକୁ ବୃଦ୍ଧି ପାଇଥିଲା, ଯାହା ୨୦୦୦ ରେ ୨୪ ପ୍ରତିଶତ ଥିଲା ।

Share