Categories: ଜାତୀୟ

୧୦ ବର୍ଷ ହେଲା କେବଳ ନକାରାମତ୍କ ରାଜନୀତି

ନୂଆଦିଲ୍ଲୀ,୭ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ବର୍ଷ ହେଲା କେବଳ ନକାରାମତ୍କ ରାଜନୀତି କରିଆସୁଛନ୍ତି ବୋଲି ରବିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସମାଲୋଚନା କରିଛନ୍ତି। ୫୦୮ ରେଳ ଷ୍ଟେଶନର ପୁନଃ ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ପ୍ରଧାନମନ୍ତ୍ରୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନକାରାମତ୍କ ରାଜୀନୀତି କଥା କହି ‘ଭାରତ ଛାଡ଼’ ଆହ୍ବାନ ଦେଇଥିଲେ।

ମୋଦିଙ୍କ ‘ଭାରତ ଛାଡ଼’ କଟାକ୍ଷକୁ ନେଇ ଖାର୍ଗେ କହିଛନ୍ତି, ଆପଣ ଗତ ୧୦ ବର୍ଷ ମଧ୍ୟରେ କେବଳ ବିଭାଜନବାଦର ନକାରାମତ୍କ ରାଜନୀତି କରିଆସିଛନ୍ତି। ୩ ମାସ ହେଲା ମଣିପୁରରେ ଲାଗି ରହିଥିବା ହିଂସାକୁ ଆପଣ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଆପଣଙ୍କ ବିଭାଜନବାଦୀ ରାଜନୀତି ସମ୍ପ୍ରଦାୟଗୁଡ଼ିକୁ ପରସ୍ପର ମଧ୍ୟରେ ଲଢ଼େଇ କରାଉଥିବାରୁ ୧୫୦ରୁ ଊର୍ଦ୍ଧ୍ୱ ଜଣଙ୍କ ଜୀବନ ଯିବା ସହ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଛି। ସେହିପରି ହରିୟାଣାରେ କ’ଣ ଚାଲିଛି ତାହା ସମସ୍ତେ ଦେଖୁଛନ୍ତି।

Share