Categories: ଜାତୀୟ

ଆସାମ ଭାଜପା ଏମପିଙ୍କ ଘରୁ ୧୦ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର, ଯାଞ୍ଚ ଆରମ୍ଭ

ଗୁଆହାଟୀ,୨୭।୮: ଆସାମର ଭାଜପା ଏମପି ରାଜଦୀପ ରୟଙ୍କ ସିଲଚଲ ସ୍ଥିତ ଘରୁ ଶନିବାର ସନ୍ଧ୍ୟାରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅଟିର ବୟସ ପ୍ରାୟ ୧୦ ବର୍ଷ ହେବ। ସେ ତାଙ୍କ ମାଆ ଓ ଭଉଣୀ ସହ ଏମପିଙ୍କ ଘରେ ରହୁଥିଲେ। ଆସାମ ପୋଲିସର ସୂଚନା ଆଧାରରେ ହିନ୍ଦୁସ୍ତାନ ଟାଇମ୍ସ ଏହି ସୂଚନା ଦେଇଛି।

ପୋଲିସ ବାଳକର ମୃତଦେହକୁ ଜବତ କରି ସିଲଚଲ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରିପୋର୍ଟ ଅନୁଯାୟୀ, ବାଳକଟିର ନାମ ମଧ୍ୟ ରାଜଦୀପ ରୟ ଏବଂ ସେ ୫ମ ଶ୍ରେଣୀରେ ପଢୁଥିଲେ।
ବାଳକ ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ ସେମାନେ କାଚର ଜିଲାର ପାଲୋଙ୍ଗ ଘାଟ ଅଞ୍ଚଳର ବାସିନ୍ଦା। ପୁଅର ମାଆ ଭାଜପା ଏମପି ରୟଙ୍କ ଘରେ ଘରୋଇ ସାହାୟକ ଭାବେ କାମ କରନ୍ତି। ମହିଳା ପିଲାମାନଙ୍କ ପାଠପଢା ପାଇଁ ଦୁଇ ବର୍ଷ ପୂର୍ବରୁ ସିଲଚଲକୁ ଆସିଥିଲେ।
ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଭାଜପା ଏମପି ରାଜଦୀପ ରୟ ତାଙ୍କ ଘରେ ପହଞ୍ଚି ଗଣମାଧ୍ୟମକୁ କହିଛନ୍ତି ଯେ ଯେଉଁ ବାଳକର ମୃତଦେହ ମିଳିଥିଲା ସେହି କୋଠରୀ ଭିତରୁ ତାଲା ପଡିଛି। ସେ କହିଛନ୍ତି ଯେ ଯେତେବେଳେ ପୋଲିସ କବାଟ ଖୋଲିଲା ସେତେବେଳେ ପିଲାଟି ଚେତାଶୂନ୍ୟ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା ଏବଂ ଡାକ୍ତରମାନେ ତାଙ୍କୁ ମୃତି ଘୋଷଣା କରିଥିଲେ।

Share