Categories: ଜାତୀୟ

ଆମେରିକାର ୧୦୦ ନାଗରିକଙ୍କ ପାଖରେ ୧୨୦ ଅସ୍ତ୍ରଶସ୍ତ୍ର, ଭାରତରେ ଶହେରୁ ୫ ଜଣଙ୍କ ପାଖରେ ବନ୍ଧୁକ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସରେ ଘଟିଥିବା ଗୁଳିକାଣ୍ଡ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏକ ରିପୋର୍ଟ ଅନୁସାରେ ଆମେରିକାର ୩୩ କୋଟି ଜନସଂଖ୍ୟାଙ୍କ ପାଖରେ ୩୯ କୋଟି କୋଟି ଅସ୍ତ୍ରଶସ୍ତ୍ର ରହିଛି। ଦେଶର ପ୍ରତ୍ୟେକ ୧୦୦ନାଗରିକଙ୍କ ପାଖରେ ୧୨୦.୫ ଅସ୍ତ୍ର ଅଛି ।

ଫଳରେ ଆମେରିକାରେ ଏବେ ଗୁଳିକାଣ୍ଡ ସାଧାରଣ ଘଟଣା ହୋଇଗଲାଣି। ଆମେରିକାରେ ବନ୍ଧୁକ ରଖିବା ପାଇଁ ଆଇନଗତ ଆଧାର ସମ୍ବିଧାନର ଦ୍ୱିତୀୟ ସଂଶୋଧନରେ ଅନ୍ତର୍ଭୁକ୍ତ ହୋଇଛି। ଦି ଗନ କଣ୍ଟ୍ରୋଲ ଆକ୍ଟ ୧୯୬୮ ଅନୁଯାୟୀ, ରାଇଫଲ କିମ୍ବା କୌଣସି ଛୋଟ ଅସ୍ତ୍ର କିଣିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଅତି କମରେ ୧୮ ବର୍ଷ ବୟସ ହୋଇଥିବା ଆବଶ୍ୟକ। ବନ୍ଧୁକ ଭଳି ଅନ୍ୟ ଅସ୍ତ୍ରଶସ୍ତ୍ର କିଣିବା ପାଇଁ, ବ୍ୟକ୍ତିଙ୍କୁ ୨୧ ବର୍ଷ ହେବା ଜରୁରୀ।

୨୨ କୋଟି ଜନସଂଖ୍ୟା ବିଶିଷ୍ଟରେ ପାକିସ୍ତାନରେ ଲୋକଙ୍କ ପାଖରେ ୪ କୋଟି ୩୯ ଲକ୍ଷରୁ ଅଧିକ ବନ୍ଧୁକ ଅଛି। ଅର୍ଥାତ୍‌ ପ୍ରତି ଶହେ ଜଣରେ ୨୨.୩୦ ଜଣଙ୍କ ପାଖରେ ବନ୍ଧକ ରହିଛି। ପାକିସ୍ତାନ ଏହି ତାଲିକାରେ ୨୨ ତମ ସ୍ଥାନରେ ରହିଛି।

ପାଖରେ ଅସ୍ତ୍ରଶାସ୍ତ୍ର ରଖିବା ତାଲିକାରେ ଭାରତ ୧୨୦ ତମ ସ୍ଥାନରେ ରହିଛି। ଭାରତର ୧୪୦ କୋଟି ଜନସଂଖ୍ୟାଙ୍କ ପାଖରେ ୭ କୋଟି ୧୧ ଲକ୍ଷରୁ ଅଧିକ ବନ୍ଧୁକ ରହିଛି। ଦେଶର ପ୍ରତ୍ୟେକ ୧୦୦ ଲୋକଙ୍କ ମଧ୍ୟରୁ କେବଳ ୫.୩୦ ଲୋକଙ୍କ ପାଖରେ ବନ୍ଧୁକ କିମ୍ବା କୌଣସି ଆଧୁନିକ ଅସ୍ତ୍ର ଅଛି।

ଏହି ତାଲିକାରେ ଆଫଗାନିସ୍ତାନ ୬୩ ତମ ସ୍ଥାନରେ ରହିଛି। ଏଠାରେ ପ୍ରତ୍ୟେକ ୧୦୦ ସାଧାରଣ ନାଗରିକଙ୍କ ମଧ୍ୟରୁ ୧୨.୫ ଲୋକଙ୍କ ପାଖରେ ବନ୍ଧୁକ ଅଛି। ଦେଶର ଚାରି କୋଟି ଜନସଂଖ୍ୟାଙ୍କ ପାଖରେ ୪୦ ଲକ୍ଷରୁ ଅଧିକ ଅସ୍ତ୍ରଶସ୍ତ୍ର ରହିଛି। ୧

୪୪ କୋଟି ଜନସଂଖ୍ୟା ବିଶିଷ୍ଟ ଚାଇନାରେ ପ୍ରତି ୧୦୦ ନାଗରିକଙ୍କ ପାଇଁ ୩.୬୦ ବନ୍ଧୁକ ଅଛି। ଏଠାରେ ସାଧାରଣ ଲୋକଙ୍କ ପାଖରେ ସମୁଦାୟ ୪ କୋଟି ୯୭ ଲକ୍ଷ ଅସ୍ତ୍ରଶସ୍ତ୍ର ଅଛି।

ଏହି ତାଲିକାରେ ଶ୍ରୀଲଙ୍କା୧୬୯ ତମ, ମ୍ୟାନ୍‌ମାର ୧୭୯ ତମ, ନେପାଳ ୧୮୪ ତମ, ଭୁଟାନ ୧୯୬ ତମ ଏବଂ ବାଂଲାଦେଶ ୨୧୨ତମ ସ୍ଥାନରେ ରହିଛି।

Share