Categories: Video

ପ୍ଲେ ଷ୍ଟୋରରୁ ହଟିଲା ୧୦୦ ଆପ୍‌

ଦେଶରେ ଏବେ ଅନଲାଇନ ଠକେଇ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଏବେ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେହିଭଳି ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି ପରସନାଲ ଲୋନ୍ ଆପ । ମାତ୍ର ଆବେଦନର କେଇ ମିନିଟ୍ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟରେ ଜମା ହେଉଛି ଟଙ୍କା । ଏଥିପାଇଁ ଆଉ ବାରମ୍ବାର ବ୍ୟାଙ୍କର ଦ୍ୱାରସ୍ଥ ହେବାକୁ ପଡୁନାହିଁ । ହେଲେ ବିଭିନ୍ନ ସମୟରେ ଏହି ପରସନାଲ ଲୋନ ଆପ ବିରୋଧରେ ଆସୁଛି ଗ୍ରାହକଙ୍କୁ ଶୋଷଣ ଭଳି ସଂଗୀନ ଅଭିଯୋଗ ।