କାବୁଲ,୩୦।୯: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ଏକ ସ୍କୁଲରେ ଶୁକ୍ରବାର ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଥିବା ଜଣାପଡିଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀଛାତ୍ର ଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଶିହା ସମ୍ପ୍ରଦାୟର ପିଲା ଏବଂ ଲୋକଙ୍କୁ ଟାର୍ଗେଟ କରି ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଥାଇପାରେ ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫୟ ଟାକୋର ଟୁଇଟ କରି କହିଛନ୍ତି। ଏପରିକି ସ୍କୁଲରେ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଏହି ଆତ୍ମଘାତି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ କାବୁଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବିସ୍ଫୋରଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି। ସୂଚନାଯୋଗ୍ୟ, ପ୍ରଥମେ ୧୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ଜଣ ଆହତ ହୋଇଥିବା ସୂଚନା ମିଳିଥିଲା।