Categories: ଜାତୀୟ

ଖାର୍ଗେଙ୍କ ଉପରେ ୧୦୦ କୋଟିର ମାନହାନି ମାମଲା: ସମନ ଜାରି କଲା କୋର୍ଟ

ନୂଆଦିଲ୍ଲୀ,୨୫।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଡୁଆ ବଢିପାରେ। ପଞ୍ଜାବର ସାଙ୍ଗରୁର ଜିଲା କୋର୍ଟର ଜଜ ରମଣଦୀପ କୌର ଅଭିଯୋଗକାରୀ ହିତେଶ ଭରଦ୍ୱାଜଙ୍କ ଅଭିଯୋଗ ଉପରେ ମଲ୍ଲିକାର୍ଜୁନ ଖାଗେର୍ର୍ଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ଜୁଲାଇ ୧୦ରେ ଖାଗେର୍ର୍ଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯଦି କଂଗ୍ରେସ କଂଗ୍ରେସ ଅଧ୍ୟକ୍ଷ ଜୁଲାଇ ୧୦ ରେ କୋର୍ଟରେ ହାଜର ନ ହୁଅନ୍ତି, ତେବେ ତାଙ୍କ ଅନୁପସ୍ଥିତିରେ ଅଭିଯୋଗକାରୀଙ୍କ ପକ୍ଷର ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ବଜରଙ୍ଗ ଦଳ ହିନ୍ଦଙ୍କ ଜାତୀୟ ପ୍ରତିଷ୍ଠାତା ହିତେଶ ଭରଦ୍ୱାଜଙ୍କ ପକ୍ଷରୁ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମାମଲା ଦାୟର କରାଯାଇଛି। କର୍ନାଟକ ନିର୍ବାଚନ ପାଇଁ କଂଗ୍ରେସ ଦେଇଥିବା ମନିଫେଷ୍ଟୋରେ ବଜରଙ୍ଗ ଦଳକୁ ଜାତୀୟ ବିରୋଧୀ ଅର୍ଥାତ୍‌ ଆତଙ୍କବାଦୀ ସଂଗଠନ ସହ ତୁଳନା କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ନିର୍ବାଚନ ଜିତିବା ପରେ ବଜରଙ୍ଗ ଦଳକୁ ବାରଣ କରିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

Share