Categories: ଫୁରସତ

୧୦୦ କୋଟିର ଅଣ୍ଡା

କାନବେରା: ଆଜିକାଲି ଦୋକାନରେ ଗୋଟେ ଅଣ୍ଡା ୬/୭ ଟଙ୍କାରେ ମିଳୁଛି। ହେଲେ ଅଷ୍ଟ୍ରେଲିଆର ସୁପରମାର୍କେଟରେ ଏପରି ଏକ ଅଣ୍ଡା ମିଳୁଛି, ଯାହାର ଦାମ୍‌ ୧୦୦ କୋଟି ଟଙ୍କା। ସେହି ଅଣ୍ଡାଟି ସାଧାରଣ ଅଣ୍ଡାର ଆକାର ଭଳି ନୁହେଁ, ତା’ର ଆକାର ଗୋଲାକାର। ସେଥିପାଇଁ ତା’ ଦାମ୍‌ ଏତେ ଅଧିକ ବୋଲି କୁହାଯାଉଛି। ଜଣେ ମହିଳା ସୋସିଆଲ ମିଡିଆରେ ଏହି ଅଣ୍ଡାର ଫଟୋ ଶେୟାର କରିଛନ୍ତି। ରିପୋର୍ଟ ଅନୁସାରେ, ଏହି ଗୋଲାକାର ଅଣ୍ଡା ଅଷ୍ଟ୍ରେଲିଆର ମେଲବର୍ଣ୍ଣର ଏକ ସୁପରମାର୍କେଟ୍‌ରେ ମିଳିଛି। ମହିଳା ଜଣକ କହିଛନ୍ତି, ସେ ଏହି ଅଣ୍ଡା ଦେଖିବା ପରେ ଗୁଗଲରେ ଏହା ବିଷୟରେ ଖୋଜିଥିଲେ। କୋଟି କୋଟି ମଧ୍ୟରୁ ଗୋଟିଏ ଅଣ୍ଡା ହିଁ ଗୋଲାକୃତି ହୋଇଥାଏ। ଏହା ପୂର୍ବରୁ ଯେଉଁ ଗୋଲ ଅଣ୍ଡା ମିଳିଥିଲା, ତାହା ୭୮ ହଜାର ଟଙ୍କାରେ ବିକ୍ରି ହୋଇଥିଲା।

Share