Categories: ଜାତୀୟ

ରାହୁଲଙ୍କୁ ମିଳିବ ୧୦୦କୋଟି ଟଙ୍କାର ଘର, ଜାଣନ୍ତୁ ବିରୋଧୀ ନେତାଙ୍କ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୬:ବିରୋଧୀ ଦଳ ନେତା ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏବେ ତାଙ୍କୁ ଲୁଟିଏନ୍ସ ଜୋନରେ ଏକ ପ୍ରଶସ୍ତ ବଙ୍ଗଳା ମିଳିବା ସହ ୪ଟି ଅନ୍ୟ କ୍ୱାଟର ମଧ୍ୟ ମିଳିବ। ଲୋକ ସଭାରେ ବିରୋଧୀଦଳର ନେତା ଭାବରେ ରାହୁଲ, ବର୍ତ୍ତମାନ ଦିଲ୍ଲୀର ଏହି ଭବ୍ୟ ବଙ୍ଗଳାରେ ରହିବେ। ତେବେ ଆସନ୍ତୁ ଜାଣିବା ତାଙ୍କର ଦରମା କେତେ ରହିବା ସହ କ’ଣ କ’ଣ ସୁବିଧା ମିଳିବ।

ଯେତେବେଳେ ତାଙ୍କର ପିଲାଦିନ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କଟିଥିଲା ସେତେବେଳେ ବି ସେ ଏପରି ବିରାଟକାୟ ଭବ୍ୟ ବଙ୍ଗଳାରେ ରହୁଥିଲେ। ତା’ପରେ ଯେତେବେଳେ ପିତା ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଏକ ବଡ଼ ବଙ୍ଗଳା ପାଇଥିଲେ ସେଥିରେ ମଧ୍ୟ ସେ ମାଆ ସୋନିଆ ଗାନ୍ଧୀଙ୍କ ସହ ରହୁଥିଲେ। ବିଶେଷ କଥା ହେଉଛି ରାହୁଲ ପ୍ରଥମ ଥର ପାଇଁ ଦିଲ୍ଲୀରେ ଏତେ ବଡ ସରକାରୀ ବାସଭବନ ପାଇବେ କାରଣ ପ୍ରଥମ ଥର ପାଇଁ ତାଙ୍କୁ ଏକ ସାମ୍ବିଧାନିକ ପଦ ମିଳିଛି, ଯାହାର ବିଶେଷ ଗୁରୁତ୍ୱ ରହିଛି।

ତେବେ ଗତ ଦଶ ବର୍ଷ ପରେ ପ୍ରଥମ ଥର ପାଇଁ ଲୋକ ସଭା ବିରୋଧୀଦଳର ନେତା ପାଇଛି। ତେଣୁ ରାହୁଲ ଏହାର ସମସ୍ତ ସୁବିଧା ଏବଂ ଅଧିକାର ପାଇବେ। ଗତ ଦଶ ବର୍ଷ ମଧ୍ୟରେ ୧୬ ଓ ୧୭ତମ ଲୋକ ସଭାରେ କେହି ଏହି ମାନ୍ୟତା ପାଇ ନାହାଁନ୍ତି କାରଣ କୌଣସି ବିରୋଧୀ ଦଳ ଲୋକ ସଭାରେ ମୋଟ ଆସନର ଦଶ ପ୍ରତିଶତ ପାଇ ପାରି ନ ଥିଲେ। ବର୍ତ୍ତମାନ କଂଗ୍ରେସ ପାଖରେ ଲୋକ ସଭାରେ ୯୯ଟି ଆସନ ଅଛି, ତେଣୁ କଂଗ୍ରେସ ଏହାର ଅଧିକାର ପାଇଛି। ବିରୋଧୀଦଳର ନେତାଙ୍କ ସ୍ଥିତି ସାମ୍ବିଧାନିକ ଭାବେ କ୍ୟାବିନେଟ ମନ୍ତ୍ରୀଙ୍କ ସମାନ ବୋଲି ବିବେଚନା କରାଯାଏ। ବିଶେଷ କରି ପ୍ରଭାବଶାଳୀ କମିଟିରେ ରହିବା ଦୃଷ୍ଟିରୁ ଅନେକ ଥର ତାଙ୍କର ଗୁରୁତ୍ୱ କେବଳ ପ୍ରଧାନମନ୍ତ୍ରୀଙ୍କ ପରେ ଅର୍ଥାତ ଦ୍ୱିତୀୟରେ ବିବେଚନା କରାଯାଏ।

କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀଙ୍କୁ ଟାଇପ ୮ ବଙ୍ଗଳା ଆଲର୍ଟ କରାଯାଏ। ଯାହାକି ୮୨୫୦ ବର୍ଗଫୁଟର ଅଟେ। ଏଥିସହ ତାଙ୍କୁ ଏକ ସରକାରୀ ଗାଡି ଏବଂ ଡ୍ରାଇଭର ମଧ୍ୟ ମିଳିଥାଏ।
କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟତୀତ ଏହିଭଳି ଆବାସ ତିନି ସଶସ୍ତ୍ର ବାହିନୀର ସେନା ମୁଖ୍ୟ ତଥା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ମଧ୍ୟ ଆଲର୍ଟ କରାଯାଏ।
ଦିଲ୍ଲୀର ଏଭଳି ବିଳାସପୂର୍ଣ୍ଣ ବଙ୍ଗଳାର ମୂଲ୍ୟ ୧୦୦ କୋଟି କିମ୍ବା ତା’ଠାରୁ ଅଧିକ ହୋଇଥାଏ।

ବିରୋଧୀ ଦଳ ପଦବୀରେ ଥିବା ବ୍ୟକ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପରି ସମାନ ବେତନ, ଭତ୍ତା ଏବଂ ସୁବିଧା ପାଇଥାନ୍ତି। ବିରୋଧୀଦଳର ନେତାଙ୍କୁ ମାସକୁ ୩,୩୦,୦୦୦ ଟଙ୍କା ଦରମା ମିଳିଥାଏ। ବିରୋଧୀଦଳର ନେତାଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ଆତିଥ୍ୟ ଭତ୍ତା ଦିଆଯାଏ। ସେମାନେ ୧୪ ଜଣଙ୍କର କର୍ମଚାରୀ ପାଆନ୍ତି। ବିରୋଧୀଦଳର ନେତା ହୋଇଗଲେ ତାଙ୍କୁ ଆଉ ଏମପିଙ୍କ ପରି ଦରମା ଓ ଭତ୍ତା ମିଳେନାହିଁ।

ବିରୋଧୀଦଳର ନେତାଙ୍କୁ ପ୍ରତି ମାସରେ ୨ହଜାର ଟଙ୍କା ଆତିଥ୍ୟ ଭତ୍ତା ଦିଆଯାଏ । ବିରୋଧୀ ଦଳର ନେତା ପଦ ଛାଡିବା ପରେ ମଧ୍ୟ ସେ ଏହି ବାସଭବନରେ ଏକ ମାସ ପର୍ଯ୍ୟନ୍ତ ରହିପାରିବେ। ଏହି ଅବଧି ମଧ୍ୟରେ ତାଙ୍କୁ କୌଣସି ଭଡା ଦେବାକୁ ପଡିବ ନାହିଁ । ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାର ମଧ୍ୟ ଏକ ମାସ ପର୍ଯ୍ୟନ୍ତ ରହିପାରିବେ।

ନିଜ ପାଇଁ ଓ ନିଜ ପରିବାର ସଦସ୍ୟଙ୍କ ପାଇଁ କୌଣସି ସ୍ଥାନକୁ କଲେ ପରିବହନ ଭତ୍ତା ମିଳିଥାଏ। ସରକାରୀ ପରିଚାଳିତ ଡାକ୍ତରଖାନାଗୁଡ଼ିକରେ ପରିବାର ସହିତ ମାଗଣା ଚିକିତ୍ସା ମିଳିଥାଏ। ମାଗଣା ଟେଲିଫୋନ, ବିଜୁଳି ଓ ପାନୀୟ ସୁବିଧା ମିଳିଥାଏ। ପରିବାର ସହିତ ମାଗଣା ଟ୍ରେନ ଯାତ୍ରା ସହ ବର୍ଷସାରା କୌଣସି ସ୍ଥାନକୁ ମାଗଣା ବିମାନ ଯାତ୍ରା ମଧ୍ୟ କରିପାରିବେ। ମୋଟର କାର କିଣିବା ପାଇଁ ବିରୋଧୀ ଦଳର ନେତାଙ୍କୁ ଆଡଭାନ୍ସ ପେମେଣ୍ଟ ମଧ୍ୟ କରାଯାଏ। କିଛି ଜିନିଷ ଉପରେ ଆୟକର ଛାଡମଧ୍ୟ ହୋଇଥାଏ।

Share