Posted inଫୁରସତ

୧୦୦ କୋଟିର ମାଲିକ, ସାମାନ୍ୟ ଭୁଲ୍‌ ପାଇଁ ହୋଇଗଲେ କାଙ୍ଗାଳ

ମଣିଷର ଭାଗ୍ୟ କେତେବେଳେ କ’ଣ ପରିବର୍ତ୍ତନ ହେବ ତାହା କହିହେବ ନାହିଁ। କେତେବେଳେ ଭଲ ସମୟ ଆସେ ତ ଆଉ କେତେବେଳେ ଦୁର୍ଭାଗ୍ୟ। ସାମାନ୍ୟ ଭୁଲ୍‌ ପାଇଁ ମଣିଷ ଗୋଟିଏ ରାତିରେ କାଙ୍ଗାଳ ହୋଇଯାଏ। ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ୧୦୦ କୋଟିର ମାଲିକ ଥିବା ବ୍ୟକ୍ତିଜଣକ ସାମାନ୍ୟ ଭୁଲ୍‌ ପାଇଁ କାଙ୍ଗାଳ ହୋଇଗଲେ।

ବ୍ରିଟେନରେ ରହୁଥିବା ଜନ ମ୍ୟାକଗିନିସ୍‌ଙ୍କ ଭାଗ୍ୟ ପୂରା ଉଜ୍ଜ୍ୱଳ ଥିଲା। ତାଙ୍କ ପାଖରେ ଏତେ ସମ୍ପତ୍ତି ଥିଲା, ସେ ସମ୍ଭାଳି ପାରୁ ନ ଥିଲେ। କିନ୍ତୁ ଦିନେ ଏମିତି ଏକ ସମୟ ଆସିଲା ସେ କୋଟିପତିରୁ ଭିକାରୀ ହୋଇଗଲେ।

ଜନ ୧୯୯୭ରେ ୧୦୦ କୋଟି ଟଙ୍କାର ଲଟେରି ଜିତିଥିଲେ। ସେ ଏହାକୁ ନେଇ ଜଙ୍ଗଲରେ ଉଡ଼ାଇଲେ। ସେ ବେଣ୍ଟଲି, ମର୍ସିଡିଜ, ଜାଗୁଆର, ଫେରେରୀ ଏବଂ ବିଏମ୍‌ଡବ୍ଲ୍ୟୁ କାର୍‌ କିଣିବା ସହ ୧୩ କୋଟି ମୂଲ୍ୟର ବିଳାସପୂର୍ଣ୍ଣ ବଙ୍ଗଳା କିଣିଥିଲେ। ଏହା ବ୍ୟତୀତ ୫ କୋଟି ଟଙ୍କାର ସି’ ଫେସିଂ ଆପାର୍ଟମେଣ୍ଟ କିଣିବା ପରେ ସେ ତାଙ୍କ ପରିବାର ପାଇଁ ପ୍ରାୟ ୩୦ କୋଟି ଖର୍ଚ୍ଚ କରିଥିଲେ। ବିନା ଯୋଜନାରେ ଟଙ୍କା ବିନିଯୋଗ କରିବା ପରେ ସେ ଜାଣିବାକୁ ପାଇଲେ ଯେ, ସେ ଲଟେରି ଟଙ୍କା ଜମା କରିଥିବା ସମସ୍ତ ଜିନିଷ ହରାଇଛନ୍ତି।

ଏକ ସାକ୍ଷାତକାରରେ ଜନ୍‌ କହିଛନ୍ତି, ସେ କେବଳ ବିଳାସପୂର୍ଣ୍ଣ କାର କିଣି ନାହାନ୍ତି ବରଂ ଅନେକ ବିଳାସପୂର୍ଣ୍ଣ ସ୍ଥାନରେ ଛୁଟି କଟାଇଛନ୍ତି। ସେ ସ୍ବୀକାର କରିଛନ୍ତି ଯେ, ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ ଜିତିଥିବା ସମସ୍ତ ଟଙ୍କା ନଷ୍ଟ କରିଛନ୍ତି କିନ୍ତୁ ବର୍ତ୍ତମାନ ସେ କିପରି ଭାବରେ ତାଙ୍କ ଶପିଂ ବିଲ ଦେବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। କେବଳ ଡିଜାଇନର୍‌ ପୋଷାକ ପିନ୍ଧିବା ଏବଂ ବିଳାସପୂର୍ଣ୍ଣ ଛୁଟିଦିନରେ କୋଟି ଟଙ୍କା ନଷ୍ଟ କରିଥିବା ଜନ କହିଛନ୍ତି। ସେ ଏବେ ପୂରା କାଙ୍ଗାଳ ହୋଇଯାଇଥିବା ଜନ୍‌ ନିଜେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri