ଆଜି ୧୦୦ ଟପିଲା ସଂକ୍ରମଣ: କଟକରୁ ସର୍ବାଧିକ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ କରୋନା ସଂକ୍ରମଣ ୧୦୦ ଟପିଥିବା ବେଳେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୫୯୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଚିହ୍ନଟ ହୋଇଥିବା ୧୧୦ ପଜିଟିଭ୍‌ ମଧ୍ୟରୁ କଟକରୁ ସର୍ବାଧିକ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫, ମୟୂରଭଞ୍ଜ ଏବଂ ନୂଆପଡ଼ାରୁ ୯ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୬, ବାଲେଶ୍ୱର ୨, ବରଗଡ଼ ୪, ଭଦ୍ରକ ୧, ଦେବଗଡ଼ ୨, ଢେଙ୍କାନାଳ ୧, ଗଞ୍ଜାମ ୬, ଜଗତସିଂହପୁର ୨, ଯାଜପୁର ୫, କଳାହାଣ୍ଡି ୨, କନ୍ଧମାଳ ୧, କୋରାପୁଟ ୧, ନବରଙ୍ଗପୁର ୨, ପୁରୀ ୩, ରାୟଗଡ଼ା ୧,ସମ୍ବଲପୁରରୁ ୪ ଏବଂ ସୁନ୍ଦରଗଡ଼ରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୫୯୯ରେ ପହଞ୍ଚିଥିବା ବେଳେ ୩,୩୫,୯୨୩ଜଣ ସୁସ୍ଥ ହୋଇଛନ୍ତି। ୭୦୫ ଜଣ ଚିକିିତ୍ସିତ ହେଉଛନ୍ତି।

Share