ଗଞ୍ଜାମରେ ପନିପରିବା ଦର ଆକାଶଛୁଆ, ୧୦୦ ଟପିଲା ପିଆଜ

ଗଞ୍ଜାମ,୨୩ା୧୦(ଡି.ଏନ୍‌.ଏ.): ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ହେବ କରୋନା କଟକଣା ତଥା ଲକ୍‌ଡାଉନ ଶଟ୍‌ଡାଉନରେ କାମଧନ୍ଦା କରି ନ ପାରି ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ବେଳେ ପନିପରିବା ଦର ବୃଦ୍ଧି ଚିନ୍ତା ବଢ଼ାଇଛି। ବର୍ତ୍ତମାନ ଏହି ଦର ଆକାଶଛୁଆଁ ହୋଇଯାଇଛି। ଫଳରେ ଗରିବ ଦିନ ମଜୁରିଆଙ୍କ ନିଦ ହଜିଯାଇଛି। ଆଳୁ କିଲୋ ପିଛା ୩୫ ଟଙ୍କା ଥିବା ବେଳେ ବାଇଗଣ କିଲୋ ୫୦ରୁ ୬୦, ପିଆଜ କିଲୋ ୧୦୦ ଟପିଛି। ସେହିପରି ସଜନା ଛୁଇଁ (ମୁନିକା )କିଲୋ ୮୦, ପୋଟଳ ୬୦, କାଙ୍କଡ଼ ୬୦, ଫୁଲ କୋବି ୬୦ରେ ବିକ୍ରି ହେଉଛି। ଅମୃତ ଭଣ୍ଡା, କୁନ୍ଦରି କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି।

Share