ନାଇଜେରିଆରେ ବୋଟ୍‌ ବୁଡ଼ି ୧୦୦ ମୃତ

ଅବୁଜା,୧୪।୬: ନର୍ଦ୍ଦର୍ନ ନାଇଜେରିଆରେ ବୋଟ୍‌ ବୁଡ଼ି ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ସୋମବାର ଉସ୍‌ମାନ ଇବ୍ରାହିମ୍‌ର ୨ଟି ଗ୍ରାମର ଲୋକେ ନାଇଜର ଷ୍ଟେଟ୍ର ଇଗବୋଟିରେ ଏକ ବିବାହ ସମାରୋହ ଯୋଗଦେଇ ବୋଟ୍‌ ଯୋଗେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବୋଟ୍‌ଟି ନିୟନ୍ତ୍ରଣ ହରାଇ ନାଇଜର ନଦୀର ଗଭୀର ଜଳରେ ବୁଡ଼ିଯାଇଥିବା ସ୍ଥାନୀୟ ପୋଲିସ କହିଛି। ଉଦ୍ଧାର କାର୍ଯ୍ୟ ଜାରି ଥିବାବେଳେ ମଙ୍ଗଳବାର ସୁଦ୍ଧା ୧୦୦ ଜଣଙ୍କ ମୃତଦେହ ଉଦ୍ଧାରକାରୀ ଦଳର ହସ୍ତଗତ ହୋଇଛି।

Share