Categories: ଜାତୀୟ

ଶବଗୃହରେ ଚାକିରି ପାଇଁ ୧୦୦ ଇଞ୍ଜିନିୟରଙ୍କ ଆବେଦନ

କୋଲକାତା,୨୫ା୭: ଶବଗୃହରେ ଥିବା ମୃତଦେହର ଅନ୍ତିମ ସତ୍କାର ନିମନ୍ତେ କର୍ମଚାରୀ ଆବଶ୍ୟକ ବୋଲି କୋଲାକାତାର ଏକ ହସ୍ପିଟାଲ ବିଜ୍ଞାପନ ଦେଇଛି। ଏନେଇ ବହୁ ଉଚ୍ଚ ଶିକ୍ଷିତ ଆବେଦନ କରିଛନ୍ତି। ଏହି ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ୍‌ ପାସ୍‌ ରଖାଯାଇଥିବା ବେଳେ ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ୧୦୦ ଇଞ୍ଜିନିୟରିଂ ଡିଗ୍ରୀ ଧାରୀ। କେବଳ ଇଞ୍ଜିନିୟରିଂ ଡିଗ୍ରୀ ଧାରୀ ନୁହନ୍ତି ୫ ଶହ ପୋଷ୍ଟ ଗ୍ରାଜୁଏଟ ଏବଂ ୨ ହଜାରରୁ ଊର୍ଦ୍ଧ୍ୱ ଗ୍ରାଜୁଏଟ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ହସ୍ପିଟାଲରେ ୬ଟି ପଦବୀ ଖାଲି ପଡିଥିବା ବେଳେ ଆବେଦନ କରିଛନ୍ତି ୮ ହଜାର ପ୍ରାର୍ଥୀ। ଏଥିରୁ ଜଣାପଡୁଛି ଯେ, ଦେଶରେ ବେରୋଜଗାରୀ ସମସ୍ୟା କେଉଁସ୍ତରରେ ପହଞ୍ଚିଲାଣି।

Share