Categories: ଜାତୀୟ

ମହିଳା ଟ୍ରେନ୍ ଯାତ୍ରୀଙ୍କ ନିକଟରୁ ଶହେ ଜିଲୋଟିନ୍ ଛଡ, ୩୫୦ ଡିଟୋନେଟର ଜବତ

କୋଝିକୋଡ,୨୬ ।୨: କେରଳର କୋଝିକୋଡ ରେଲୱେ ଷ୍ଟେଶନରୁ ଜଣେ ମହିଳା ଯାତ୍ରୀଙ୍କ ନିକଟରୁ ୧୦୦ ଜିଲୋଟିନ ଛଡ ଓ ୩୫୦ ଡିଟୋନେଟର ଜବତ ହୋଇଥିବା ସୂଚନା ମିଳିଛି । ରେଲୱେ ସୁରକ୍ଷା ବଳ(ଆର୍‌ପିଏଫ୍‌) ଚେନ୍ନାଇ-ମଙ୍ଗଳପୁର ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କଠାରୁ ଏହି ବିସ୍ଫୋରଣ ଜବତ କରିଛନ୍ତି । ରମଣି ନାମକ ଉକ୍ତ ମହିଳା ଜଣକ ତାମିଲନାଡୁ ବାସିନ୍ଦା ବୋଲି ଜଣାପଡିଛି । ସେ ଟ୍ରେନ୍ ସିଟ୍ ତଳେ ଏସବୁ ବିସ୍ଫୋରକ ନେଇ ଯାଉଥିବା ସ୍ୱୀକାର କରିଛନ୍ତି । ତେବେ ଆଗକୁ କେରଳରେ ନିର୍ବାଚନ ହେବାକୁ ଥିବା ବେଳେ ଜଣେ ମହିଳାଙ୍କ ନିକଟରୁ ଏତେ ପରିମାଣରେ ବିସ୍ଫୋରକ ଜବତ ହେବା ପୋଲିସକୁ ଚିନ୍ତାରେ ପକାଇ ଦେଇଛି । ପୋଲିସ ସବୁ ଦିଗକୁ ଲକ୍ଷ୍ୟ କରି ଏହାର ଯାଞ୍ଚ ଆରମ୍ କରିବା ସହ ମହିଳାଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ସୂଚନା ରହିଛି ।

Share