Categories: ବାଣିଜ୍ୟ

୫୦ ରାଜ୍ୟରେ ୧୦୦ ଗର୍ଲଫ୍ରେଣ୍ଡ

ୱାଶିଂଟନ୍‌: ସମସ୍ତେ ଚାହାନ୍ତି ତାଙ୍କ ଜୀବନରେ କେହି ଜଣେ ଭଲ ଜୀବନସାଥୀ ରହୁ। ହେଲେ ସମସ୍ତଙ୍କ କ୍ଷେତ୍ରରେ ଏହା ହୋଇ ନ ଥାଏ। ହେଲେ ଜଣେ ଯୁବକଙ୍କ କହିବା ମୁତାବକ, ସେ ଏପର୍ଯ୍ୟନ୍ତ ୫୦ ରାଜ୍ୟର ୧୦୦ ଝିଅଙ୍କୁ ଡେଟ୍‌ କରିସାରିଲେଣି, କିନ୍ତୁ ତାଙ୍କୁ ତାଙ୍କ ସ୍ବପ୍ନର ରାଜକୁମାରୀ ମିଳିପାରିନାହିଁ। ରିପୋର୍ଟ ମୁତାବକ ଆମେରିକାର ମୋଣ୍ଟାନାର ବାସିନ୍ଦା ୨୬ ବର୍ଷୀୟ ମୈଥ୍ୟୁ ଓର୍ନିଂ ୨୦୨୦ କରୋନା ମହାମାରୀ ସମୟରେ ସେ ଘରେ ବସି ବସି ବିରକ୍ତ ହେଉଥିଲେ। ସେଥିପାଇଁ ସେ ମୋବାଇଲରେ ଡେଟିଂ ଆପ୍‌ ଜରିଆରେ ଅନ୍‌ଲାଇନ ଡେଟିଂ ଆରମ୍ଭ କରିଥିଲେ। ତାଙ୍କୁ ଯେତେବେଳେ ଜଣାପଡ଼ିଲା କି ସେଥିରେ ନିଜର ଠିକଣା ବଦଳେଇହେବ, ଏହାପରଠାରୁ ସେ ନିଜର ଠିକଣା ବଦଳାଇ ବିଭିନ୍ନ ସ୍ଥାନରୁ ଝିଅଙ୍କ ସହ ଡେଟିଂ ଆରମ୍ଭ କଲେ। ମୈଥ୍ୟୁ ନିଜ ଦେଶର ୫୦ ରାଜ୍ୟରୁ ମୋଟ ୧୦୦ ଜଣଙ୍କୁ ଡେଟ୍‌ କରିସାରିଛନ୍ତି। ହେଲେ ତାଙ୍କୁ ଏପର୍ଯ୍ୟନ୍ତ ତାଙ୍କ ଜୀନବସାଥୀ ମିଳିପାରି ନାହିଁ। ସେ ସମସ୍ତ ରାଜ୍ୟରେ ନିଜ ପାଇଁ ଜୀବନସାଥୀର ତଲାସରେ ଅଛନ୍ତି। ଏହି ମିଶନର ଆରମ୍ଭ ମିଚିଗାନ୍‌ରୁ ଆରମ୍ଭ କରି ଆଲାସ୍କା ପର୍ଯ୍ୟନ୍ତ ଯାଇଛି। ସେସବୁ ରାଜ୍ୟର ସମସ୍ତ ଡେଟିଂ ଝିଅଙ୍କ ପାଖକୁ ଗାଡ଼ି ଚଳାଇ ଯାଇଛନ୍ତି। ହେଲେ ତାଙ୍କୁ ଆଲାସ୍କା ଏବଂ ହୱାଇରୁ ବିମାନ ଜରିଆରେ ଯିବାକୁ ପଡ଼ିଥିଲା। ଏହି ମିଶନରେ ସେ ତାଙ୍କ ଡେଟିଂ ପାର୍ଟନରଙ୍କ ସହିତ ପାରାସେଲିଂ, ଜିପ୍‌ ଲିନିଂ, ହେଲିକପ୍ଟର ରାଇଡ୍‌, ହର୍ସ ରାଇଡ୍‌, ଏୟାର ବୋଟିଂ ଆଦିର ମଜା ଉଠାଇଛନ୍ତି। ମୈଥ୍ୟୁଙ୍କୁ ଏହା ମଧ୍ୟରୁ କିଛି ଝିଅ ପସନ୍ଦ ଆସିଥିବାବେଳେ ତାଙ୍କ ଘର ଦୂର ହୋଇଯିବାରୁ ସେ ସେମାନଙ୍କ ପ୍ରତି ଆଗ୍ରହୀ ନାହାନ୍ତି। ତାଙ୍କ କହିବା ମୁତାବକ, ଜୀବନସାଥୀ ସହିତ ଦେଖା ହେବା ଜରୁରୀ।

Share