ଶହେ ମିଟରରୁ ୮.୭ କି.ମି. ଇକୋ ସେନ୍‌ସେଟିଭ୍‌ ଜୋନ୍‌

ରାଜନଗର,୧୩ା୬(ଭାସ୍କର ରାଉତରାୟ)ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୧ ଶହ ମିଟରଠାରୁ ୮.୭ କି.ମି. ପର୍ଯ୍ୟନ୍ତ ଇକୋ ସେନସେଟିଭ ଜୋନ୍‌ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଗତ ୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ ସେପ୍ଟେମ୍ବର ୨୦୨୩ର ଅଧିସୂଚନାକୁ ୯ ଜୁନ୍‌ ୨୦୨୪ରେ ପ୍ରକାଶ କରାଯାଇଛି। ଏହି ଅଧିସୂଚନା ପ୍ରକାଶର ୬୦ଦିନ ଭିତରେ ପ୍ରସ୍ତାବ, ଆପତ୍ତି ଓ ପରାମର୍ଶ ଆହ୍ବାନ କରାଯାଇଛି। ୬୦ ଦିନର ଅବଧି ପରେ ଏହା ଆଇନରେ ପରିଣତ ହେବ। ଏହି ବିଜ୍ଞପ୍ତିକୁ ନେଇ ରାଜନଗରବାସୀଙ୍କ ସମେତ ୨୦୫ଟି ଗାଁର ଅଧିବାସୀ ନାନା ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି ା
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଗେଜେଟ୍‌ ଅନୁଯାୟୀ ମ୍ୟାନ୍‌ଗ୍ରୁଭ ଫରେଷ୍ଟ ଡିଭିଜନ୍‌, ୱାଇଲ୍‌ଡ ଲାଇଫ୍‌ର ୩ ପ୍ରୋଟେକ୍‌ଟେଡ୍‌ ଏରିଆ ଭିତରକନିକା ୱାଇଲ୍‌ଡ୍‌ ଲାଇଫ୍‌ ସାଞ୍ଚୁରୀ (୧୯୭୫), ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ (୧୯୯୭), ଭିତରକନିକା ନ୍ୟାଶନାଲ ପାର୍କ (୧୯୯୮)ର ବାଉଣ୍ଡାରୀର ୧୦୦ମିଟରରୁ ୮.୭କି.ମି ଯାଏ ପରିଧିକୁ ଇକୋ ସେନ୍‌ସେଟିଭ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ୩ଟି ପ୍ରୋଟେକ୍‌ଟେଡ୍‌ ଏରିଆର ୪୯୭.୬୭ ବର୍ଗ କିମି ଅଞ୍ଚଳରେ ଏହି ଆଇନ ଲାଗୁ କରାଯାଇଛି। ଭିତରକନିକାରେ ୮୮ ପ୍ରକାରର ବିରଳ ଲୁଣା ଗଛ, କ୍ରୋକଡାଇଲ୍‌ ପ୍ରୋଜେକ୍ଟ, ଏସିଆର ସବୁଠୁ ବଡ଼ ବଗ ଗହନ ରହିଛି। ଏହାବାଦ୍‌ ଭିତରକନିକାକୁ ରାମ୍‌ସାର ସାଇଟ୍‌ ରୂପେ ଘୋଷଣା କରାଯାଇଥିବା ବେଳେ ଅନ୍ତର୍ଜାତୀୟ ଆଦ୍ରଭୂମିର ମାନ୍ୟତା ମିଳିସାରିଛି। ଏଠାରେ ଥିବା ଗହୀରମଥାରେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ମାସ୍‌ ନେସ୍‌ଟିଙ୍ଗ ମଧ୍ୟ ହେଉଛି। ଏହି ଅଞ୍ଚଳ ଜୈବ ବିବିଧତାରେ ସମୃଦ୍ଧ। ଏଥିରେ ମୁହାଣ, ସମୁଦ୍ର ପରିସଂସ୍ଥା ସହିତ ୬୧ ପ୍ରଜାତିର ଅମେରୁଦଣ୍ଡୀ ପ୍ରାଣୀ, ୨୦ ପ୍ରଜାତି ମାଛ, ୫ ପ୍ରଜାତିର ଉଭୟଚର ପ୍ରାଣୀ, ୪୨ ପ୍ରଜାତିର ସରୀସୃପ, ୨୮୦ ପ୍ରଜାତିରୁ ଅଧିକ ପକ୍ଷୀ, ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କ ଆବାସସ୍ଥଳୀ। ସମୃଦ୍ଧ ଜୈବ ବିବିଧତା କାରଣରୁ ଏ ସବୁର ସଂରକ୍ଷଣ କରାଯିବା ନିହାତି ଆବଶ୍ୟକ ହୋଇଛି ା
ଭିତରକନିକା ୱାଇଲ୍‌ଡ୍‌ ଲାଇଫ୍‌ ସାଞ୍ଚୁରୀ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ, ଭିତରକନିକା ନ୍ୟାଶନାଲ୍‌ ପାର୍କର ୧ଶହ ମିଟରରୁ ୮.୭ କି.ମି.ର ପରିଧି ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକର ୫୨ ଗଁା, ପଟ୍ଟମୁଣ୍ଡାଇ ବ୍ଲକର ୮ ଗଁା, ମହାକାଳପଡ଼ା ବ୍ଲକର ୩୮ ଗଁା, ଆଳି ବ୍ଲକର ୩୨ ଗଁା, ରାଜକନିକା ବ୍ଲକର ୩୦ ଗଁା ସମେତ ଭଦ୍ରକ ଜିଲାର ଚାନ୍ଦବାଲି, ବାଂଶଡା, ତିହିଡି ବ୍ଲକର ୪୫ ଗଁା ସମେତ ମୋଟ୍‌ ୨୦୫ ଗଁା ଆସୁଛି। ଇକୋ ସେନସେଟିଭ୍‌ ଜୋନ୍‌ର ଫାଇନାଲ୍‌ ଗେଜେଟ୍‌ ପ୍ରକାଶ ପାଇଲା ପରେ ଏହି ୨୦୫ ଗଁାରେ ଶବ୍ଦ ପ୍ରଦୂଷଣଠାରୁ ଆରମ୍ଭ କରି ବାୟୂ ପ୍ରଦୂଷଣ, ଭୂମି ପରିଚାଳନା, ଜଳଉତ୍ସର ବ୍ୟବହାର, ଆବର୍ଜନା ପରିଚାଳନା ଉପରେ ରୋକ ଲାଗିବା ସହ ଗାଡ଼ି ଚଳାଚଳ ମଧ୍ୟ ନିୟନ୍ତ୍ରିତ ହେବ। ଏପରି କି ଇକୋ ସେନ୍‌ସେଟିଭ୍‌ ଜୋନ୍‌ ମଧ୍ୟରେ ନୂତନ ନିର୍ମାଣ ଉପରେ କଟକଣା କରାଯାଇଥିବା ବେଳେ ପର୍ଯ୍ୟଟନ ଭିତ୍ତିକ କାର୍ଯ୍ୟକ୍ରମ ବି ଗାଇଡ୍‌ ଲାଇନ୍‌ ଭିତରେ ହେବ ବୋଲି ସୂଚନା ମିଳିଛି ା
ଏହି ଇକୋ ସେନ୍‌ସେଟିଭ୍‌ ଜୋନ୍‌କୁ କ୍ରିୟାଶୀଳ ଭାବେ ପରିଚାଳନା କରିବାକୁ ସ୍ଥାନୀୟ ଲୋକଙ୍କ ମତାମତ ନେଇ ରାଜ୍ୟ ସରକାର ୨ ବର୍ଷ ଭିତରେ ଜୋନାଲ୍‌ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବେ। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ, ସହରାଞ୍ଚଳ ବିକାଶ, ପର୍ଯ୍ୟଟନ, ମ୍ୟୁନିସିପାଲିଟି, ରାଜସ୍ବ, କୃଷି, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ପୂର୍ତ୍ତ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣଙ୍କ ସହିତ ବିଚାର ବିମର୍ଶ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିବେଶ ଆଇନକୁ ଭିତ୍ତିକରି ଏହି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହେବ। ପରିବେଶ ସମ୍ବେଦନଶୀଳ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ମନିଟରିଂ କମିଟି ଗଠନ ପାଇଁ ଗେଜେଟ୍‌ରେ ନିଷ୍ପତ୍ତି ହୋଇଛି। କେନ୍ଦ୍ରାପଡ଼ା ଜିଲାପାଳ ଏହି କମିଟିର ଅଧ୍ୟକ୍ଷ ରହିଥିବାବେଳେ ଭଦ୍ରକ ଜିଲାପାଳ ଓ ଏସ୍‌ପିଙ୍କ ପ୍ରତିନିଧି, କେନ୍ଦ୍ରାପଡ଼ା ଏସ୍‌ପି, ଏନ୍‌ଜିଓ ସଦସ୍ୟ, ରାଜ୍ୟ ସରକାରଙ୍କ ମନୋନୀତ ପରିବେଶବିତ୍‌, ପ୍ରଦୂଷଣ ବିଭାଗର ସଚିବଙ୍କ ପ୍ରତିନିଧି, ଭଦ୍ରକ ଓ ରାଜନଗର ଡିଏଫ୍‌ଓଙ୍କୁ ଏହାର ସଦସ୍ୟ ସଚିବ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri