ନବୀନ ପଟ୍ଟନାୟକଙ୍କ ଅଞ୍ଚଳରେ ୨୪ ବର୍ଷରେ ଘଟିଛି ୧୦୦ ହତ୍ୟା, କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୯:ବିଧାନସଭା ଆରମ୍ଭରେ ସେମବାର ଗୃହରେ ସୁଭଦ୍ରା ଯୋଜନାକୁ ନେଇ ହୋହଲ୍ଲା ହୋଇଛି। ପରେ ଶୂନ୍ୟ କାଳରେ ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଉତ୍ତର ରଖିଛନ୍ତି। ସେ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଞ୍ଚଳରେ ଘଟିଛି ଶହେ ହତ୍ୟା। ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷରେ ୧୦୦ ହତ୍ୟା ଘଟିଛି। ୧୦୦ ହତ୍ୟା ମାମଲାରେ ମୋଟ ୩୨୮ ଜଣଙ୍କୁ ଗିରଫ କରାଯାଇଛି। ୧୦୦ ମାମଲାରୁ ୯ଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି।୨୨ଟି ମାମଲାରେ ଦୋଷମୁକ୍ତ, ୬୯ ମାମଲା ବିଚାରାଧୀନ ରହିଛି।
ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରି ପ୍ରଥମେ ଗୃହରେ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା କରିଥିଲେ । ପରେ କଂଗ୍ରେସ ବିଧାୟକମାନେ ମଧ୍ୟ ବିଜେଡି ସଦସ୍ୟମାନଙ୍କ ସହ ନାରାବାଜୀ ଦେଇଥିଲେ। ସେସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ପ୍ରଶ୍ନର ଉତ୍ତର ଦେଉଥିଲେ। ହେଲେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ବାଧ୍ୟହୋଇ ଦିନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ।
ଆଜି ବିଧାନସଭା ଆରମ୍ଭରେ ଦିବଙ୍ଗତ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଥିଲେ। ତାପରେ ତାଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା।

Share