Categories: ଜାତୀୟ

ମେଡିକାଲ କଲେଜରେ ପରିଣତ ହେବ ୧୦୦ ଜିଲା ହସ୍ପିଟାଲ

ନୂଆଦିଲ୍ଲୀ,୧୩।୧୧: ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ମାନବ ସମ୍ବଳ ଯୋଗାଇବା ଲକ୍ଷ୍ୟରେ ୧୦୦ ଜିଲାର ହସ୍ପିଟାଲକୁ ଉନ୍ନତୀକରଣ କରାଯାଇ ନୂଆ ମେଡିକାଲ କଲେଜରେ ପରିଣତ କରାଯିବ। ଏହି କାର୍ଯ୍ୟ ୨୦୨୭ ସୁଦ୍ଧା ଶେଷ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ଏକ ପ୍ରସ୍ତାବ ଆଣିଛି। କେନ୍ଦ୍ର ଯୋଜନାରେ ଜିଲା ହସ୍ପିଟାଲ କିମ୍ବା ରେଫରାଲ ହସ୍ପିଟାଲଗୁଡ଼ିକର ଉନ୍ନତୀକରଣ କରାଯିବ। ପ୍ରତି ମେଡିକାଲ କଲେଜ ପାଇଁ ୩୨୫ କୋଟି ଟଙ୍କା ବ୍ୟୟ ହେବାକୁ ଥିବାବେଳେ ଏଥିରେ କେନ୍ଦ୍ର ସରକାରଙ୍କ ଭାଗ ୬୦ ପ୍ରତିଶତ ଏବଂ ରାଜ୍ୟ ଭାଗ ୪୦ ପ୍ରତିଶତ ରହିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

Share