ବ୍ରାଜିଲରେ ବନ୍ୟାର ଭୟଙ୍କର ସ୍ଥିତି

ରିଓ ଡି ଜେନେରିଓ,୧୭।୨: ୩ ଦିନର ଲଗାଣ ବର୍ଷା ପରେ ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ମଧ୍ୟ ହୋଇଛି । ଭୂସ୍ଖଳନରେ ୧୦୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଅନେକ ଲୋକ ମାଟିତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି। ବନ୍ୟାରେ ପେଟ୍ରୋ ସହର ଅଧିକ ପ୍ରଭାବିତ ହୋଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଅନେକ ଲୋକ ମାଟି ତଳେ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି

Share