ଶହେ ଖଣ୍ଡ ଦୁଇଶହ ଟଙ୍କିଆ ନକଲି ନୋଟ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ମ.ରାମପୁର,୨୭।୬(ଶଶିଭୂଷଣ ପ୍ରହରାଜ ): କଳାହାଣ୍ଡି ଜ଼ିଲା କରଲାମୁଣ୍ଡା ବ୍ଲକ ତଥା ମ.ରାମପୁର ଥାନା ଅନ୍ତର୍ଗତ କୁନ୍ଦେଇପାଲି ଗ୍ରାମ ଠାରେ ପୋଲିସ ନକଲି ନୋଟ କରବାର କରୁଥିବା ଯୁବକ ବୀରେନ୍ଦ୍ର ସୁନାକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେତୁ ଅଭିଯୁକ୍ତଙ୍କୁ ଜେଲ୍‌କୁ ପଠାଯାଇଛି। ସୋମବାର ରାତିରେ ରିସିଡା ଗ୍ରାମ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ବୀରେନ୍ଦ୍ର କଳା ରଙ୍ଗ ଜରିରେ ନକଲି ନୋଟ ଧରି ଛିଡା ହେଇଥିଲା। ସୂତ୍ରରୁ ଖବର ପାଇ ପାଲିସ ବୀରେନ୍ଦ୍ରଙ୍କୁ ସେଠାରୁ ଆଣି କୁନ୍ଦାଇପାଲି ଯାଇ ତଦନ୍ତ କରିଥିଲା। ତଦନ୍ତରୁ ଅଭିଯୁକ୍ତଙ୍କ ଘରୁ ଶହେଟି ଦୁଇଶହ ଟଙ୍କିଆ ନୋଟ ଜବତ ହୋଇଥିଲା। ଏନେଇ କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ରୋହିତ ବର୍ମା, ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ, ଏସଆଇ ଶ୍ରୀରାଜ ପାଢ଼ୀ ପ୍ରମୁଖ ସୂଚନା ପ୍ରଦାନ କରିଛନ୍ତି।

Share