Categories: ଜାତୀୟ

୧୦୦ କଏଦୀ ହେବେ ମୁକ୍ତ…

ଲକ୍ଷ୍ନୌ, ୨୩।୧ : ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭଲ ଆଚରଣ, ବୃଦ୍ଧାବସ୍ଥାରେ ପହଞ୍ଚିଥିବା ଏବଂ ଗୁରୁତର ରୋଗରେ ପୀଡିତ ୧୦୦ କଏଦୀଙ୍କୁ ସରକାର ମୁକ୍ତ କରିବେ। ଯେଉଁମାନେ ୧୬ ବର୍ଷ ଜେଲ୍‌ ଦଣ୍ଡ ପୂରଣ କରିଛନ୍ତି ଅବା ୬୦ ବର୍ଷ ଅତିକ୍ରମ କରିଛନ୍ତି କିମ୍ବା ଗୁରୁତର ରୋଗରେ ଆକ୍ରାନ୍ତ ସେଭଳି କଏଦୀ ଙ୍କୁ ଜେଲରୁ ମୁକ୍ତ କରାଯିବ।

ଜେଲ ମୁଖ୍ୟାଳୟ ଦ୍ୱାରା ପଠାଯାଇଥିବା ଯୋଗ୍ୟ କଏଦୀଙ୍କ ଫାଇଲଗୁଡ଼ିକୁ ସରକାର ଯାଞ୍ଚ କରିଛନ୍ତି। ଏଥି ସହିତ, ସରକାର ପରବର୍ତ୍ତୀ ବୈଠକରେ ଯୋଗ୍ୟ କଏଦୀଙ୍କ ତାଲିକାକୁ ରାଜ୍ୟପାଳଙ୍କ ନିକଟକୁ ପଠାଇବେ। ବନ୍ଦୀମାନଙ୍କ ମୁକ୍ତି ଉପରେ ରାଜ୍ୟପାଳ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଯୁଜ୍ୟ ଆଚରଣ ବିଧିକୁ ଦୃଷ୍ଟିରେ ରଖି ସରକାର ଏନେଇ ନିର୍ବାଚନ ଆୟୋଗଙ୍କ ଅନୁମତି ନେବାକୁ ମଧ୍ୟ ବିଚାର କରୁଛନ୍ତି। ବାରାଣସୀ, ବରେଲି, ଆଗ୍ରା, ଫତେହଗଡ ଏବଂ ନୈନି ସେଣ୍ଟ୍ରାଲ ଜେଲ ଏବଂ ଲକ୍ଷ୍ନୌ ଜେଲର ତାଲିକାଭୁକ୍ତ ହୋଇଥିବା ଯୋଗ୍ୟ କଏଦୀଙ୍କ ବିବରଣୀ ଜେଲ ଡିଜି ଆନନ୍ଦ କୁମାର ସରକାରଙ୍କୁ ମୁକ୍ତ କରିବାକୁ ପଠାଇଛନ୍ତି।

Share