Categories: ବାଣିଜ୍ୟ

ୟୁଏସ୍‌ଟି ଜରିଆରେ ଶତପ୍ରତିଶତ ଛାତ୍ରବୃତ୍ତି

ନୂଆଦିଲ୍ଲୀ,୨୯ା୩: ଦେଶର ସର୍ବବୃହତ୍‌ ଶିକ୍ଷଣ ପ୍ଲାଟ୍‌ଫର୍ମ ଅନାକାଡେମି ପକ୍ଷରୁ ନିକଟରେ ଏକ ଅଭିନବ ବୃତ୍ତି ପରୀକ୍ଷା ‘ଅନାକାଡେମ ସ୍କଲାରଶିପ୍‌ ଟେଷ୍ଟ’ (ୟୁଏସ୍‌ଟି) ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ବୃତ୍ତି ପରୀକ୍ଷା ୨୦୨୩ ଏପ୍ରିଲ ୧୬ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିଦିନ ସକାଳ ୧୧ରୁ ୧୨ ଘଟିକା ଏବଂ ଅପରାହ୍ନ ୪ ରୁ ୫ ଘଟିକା ପର୍ଯ୍ୟନ୍ତ ଉକ୍ତ ପରୀକ୍ଷା ଅନ୍‌ଲାଇନ ମାଧ୍ୟମରେ କରାଯାଉଛି। ୟୁଏସ୍‌ଟି ସହିତ ଅନାକାଡେମି ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ସ୍ବପ୍ନର ଲକ୍ଷ୍ୟ ହାସଲ କରିବା ସହ ଭାରତର ଶ୍ରେଷ୍ଠ ଶିକ୍ଷାବିତ୍‌ ଏବଂ ସର୍ବୋତ୍ତମ ଶିକ୍ଷାଦାନରୁ ଶିକ୍ଷା କରିବାର ସୁଯୋଗ ଦେବା ପାଇଁ ଲକ୍ଷ୍ୟ ରଖିଛି। ଯେଉଁ ଶ୍ରେଷ୍ଠ ପ୍ରଦର୍ଶନକାରୀମାନେ ସ୍ପେଶାଲ ର଼୍ୟାଙ୍କ୍‌ ଗ୍ରୁପ୍‌ରେ ପ୍ରବେଶ କରିବେ। ସେମାନେ ଅନାକାଡେମି ପ୍ଲାଟ୍‌ଫର୍ମ ଏବଂ ଅନାକାଡେମି କେନ୍ଦ୍ରରେ ୧୦୦% ପର୍ଯ୍ୟନ୍ତ ଛାତ୍ରବୃତ୍ତି ସୁରକ୍ଷିତ କରିବାରେ ସକ୍ଷମ ହୋଇପାରିବେ। ସେହିପରି ୟୁଏସ୍‌ଟି ସମସ୍ତ ଯୋଗ୍ୟ ଶିକ୍ଷାର୍ଥୀମାନଙ୍କ ପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ଏବଂ ପୁରସ୍କାର ପ୍ରଦାନ କରୁଛି, ଯାହା ସେମାନଙ୍କୁ ସେମାନଙ୍କର ଶିକ୍ଷାଗତ ଯାତ୍ରାକୁ ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ଉଲ୍ଲେଖଯୋଗ୍ୟ, ଉକ୍ତ ଛାତ୍ରବୃତ୍ତି ପରୀକ୍ଷା ଆଇଆଇଟି-ଜେଇଇ, ନିଟ୍‌-ୟୁଜି ଏବଂ ଫାଉଣ୍ଡେଶନ (କ୍ଲାସ୍‌ ୮ରୁ ୧୨) କ୍ଲାସ୍‌ ଆଶାୟୀଙ୍କ ପାଇଁ ଖୋଲା ରହିବ।

Share