କେନ୍ଦୁଝର,୨୪।୮(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ସହର ନିକଟ କବିତାଠାରେ ନୂତନ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷଠାରୁ ୧୦୦ଜଣ ଛାତ୍ରୀଛାତ୍ରଙ୍କ ନାମ ଲେଖିବା ନେଇ ଅନୁମତି ମିଳିିଛି। ୨୦୨୨-୨୩ ଆର୍ଥିକ ବର୍ଷରୁ ଏଠାରେ ପିଲା ପାଠ ପଢ଼ିବେ। ଏଥିପାଇଁ ଜାତୀୟ ମେଡିକାଲ କମିଶନ ଅନୁମତି ଦେଇଛନ୍ତି। ଚିଠି (ନଂ.୦୩୨୧୧୭/ ୨୩।୮।୨୨)ରେ କମିଶନ କଲେଜର ଡିନ୍ ଓ
ଅଧ୍ୟକ୍ଷଙ୍କୁ ଚିଠି କରି ଗାଇଡ ଲାଇନ ଅନୁଯାୟୀ
ସୁବ୍ୟବସ୍ଥା କରିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଏହି କଲେଜ ପାଇଁ ଡାକ୍ତର, ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ଟ୍ୟୁଟର ଆଦି ନିଯୁକ୍ତ ହୋଇସାରିଛନ୍ତି। ଏହି କଲେଜ ବାରିପଦା ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହେବ। ନ୍ୟାଶନାଲ ମେଡିକାଲ କାଉନସିଲ ଆଇନ ୨୦୧୯ ଅନୁଯାୟୀ ଏହି କଲେଜ ଚାଲିବାକୁ ଅନୁମତି ମିଳିଛି। କମିଶନ ତଥା ୟୁଜି ଏକ୍ସପର୍ଟ ଗ୍ରୁପ ପୂର୍ବରୁ ଏହି କଲେଜ ପରିଦର୍ଶନ କରି ଆଇନ ଅନୁଯାୟୀ ଏଠାରେ ଭିତ୍ତିଭୂମି ଓ ଆବଶ୍ୟକ ସୁବିଧା ଅନୁଧ୍ୟାନ କରିଥିବା ବେଳେ ସେହି ରିପୋର୍ଟ ଆଧାରରେ ଏଭଳି ଅନୁମତି ମିଳିିଛି। ତେବେ ଚିକିତ୍ସା ବ୍ୟବସ୍ଥା ଜିଲା ମୁଖ୍ୟ ଡାକ୍ତରଖାନାରେ ଚାଲିବ ଏବଂ ପରବର୍ତ୍ତୀ ସମୟରେ କଲେଜ ପରିସରକୁ ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି।