ନୂଆ ଶିକ୍ଷାବର୍ଷରେ ଶତପ୍ରତିଶତ ସିଲାବସ ପଢ଼ାଯିବ: ମନ୍ତ୍ରୀ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ନୂଆ ଶିକ୍ଷା ବର୍ଷ ମେ’ ପହିଲାରୁ ଆରମ୍ଭ ହେବ । ଏଥିରେ ଶତ ପ୍ରତିଶତ କୋର୍ସ ପାଠପଢା ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଏବେ କରୋନା ମହାମାରୀର ପ୍ରଭାବ ନାହିଁ। ତେଣୁ ଆସନ୍ତା ଶିକ୍ଷା ବର୍ଷରୁ ପାଠପଢ଼ା ସ୍ବାଭାବିକ ହେବ। ବିନା କୌଣସି ବାଧାରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ। ବର୍ଷ ତମାମ ପାଠ ପଢ଼ିବେ। ପରୀକ୍ଷା ବି ଦେବେ। ମହାମାରୀ ପୂର୍ବରୁ ଯେଉଁଭଳି ପରୀକ୍ଷା ହେଉଥିଲା ସେହିଭଳି ପରୀକ୍ଷା କରିବାକୁ ସିବିଏସ୍‌ଇ ନିଷ୍ପତ୍ତି ନେଇଛି। ଆମେ ମଧ୍ୟ ପୂର୍ବଭଳି ପରୀକ୍ଷା କରାଇବାକୁ ବିଚାର କରୁଛୁ। ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା କଥା ଚିନ୍ତା କରାଯାଉଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଚଳିତ ବର୍ଷ ସ୍କୁଲ ଖରାଛୁଟି ଅବଧିକୁ କମାଇ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

Share