ବଲିଉଡ୍‌ରେ ଶତପ୍ରତିଶତ ଟିକାଦାନ.

ମୁମ୍ବାଇ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଜାରି ରହିଛି। ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାର ଦଶ ମାସ ପରେ, ମୁମ୍ବାଇ ଶନିବାର ପ୍ରଥମ ଡୋଜର ଶତପ୍ରତିଶତ କଭରେଜ ହାସଲ କରିଛି। କୋୱିନ ଡ୍ୟାସବୋର୍ଡ ଅନୁଯାୟୀ ସହରର ପ୍ରାପ୍ତ ବୟସ୍କ ସଂଖ୍ୟା ୯୨,୩୬,୫୪୬ ଥିବାବେଳେ ଶନିବାର ମଧ୍ୟାହ୍ନ ସୁଦ୍ଧା ୯୨,୩୯,୯୦୨ ସଂଖ୍ୟକ ପ୍ରଥମ ଡୋଜ ପ୍ରଦାନ କରାଯାଇଛି।

ସେହିପରି ଦ୍ୱିତୀୟ ଡୋଜ ୫୯,୮୩.୪୫୨ ଜଣଙ୍କୁ ପ୍ରଦାନ କରାଯାଇଛି। ସହରର ପ୍ରାୟ ୬୫ ପ୍ରତିଶତ ବୟସ୍କ ଲୋକଙ୍କୁ ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି।

ଅତିରିକ୍ତ ମ୍ୟୁନିସିପାଲିଟି କମିଶନର ସୁରେଶ କାକାନି କହିଛନ୍ତି ଯେ ଟିକାକରଣ କେନ୍ଦ୍ରଗୁଡ଼ିକର ବିକେନ୍ଦ୍ରୀକରଣ ଆମର ଟିକାଦାନ ଲକ୍ଷ୍ୟକୁ ପୂରଣ ପରିପାରିଛି। ଏହା ଟିକାଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ମହାରାଷ୍ଟ୍ରର କୋଭିଡ-୧୯ ଟାସ୍କଫୋର୍ସର ସଦସ୍ୟ ଡ. ଓମ ଶ୍ରୀବାସ୍ତବ କହିଛନ୍ତି ଯେ ପ୍ରଥମ ଡୋଜର ଶତ ପ୍ରତିଶତ କଭରେଜ ସହର ପାଇଁ ଏକ ଖୁସି ଖବର। ଜାନୁଆରୀ ୧୬ରେ ମୁମ୍ବାଇ ୧୦ଟି ଟିକାଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ଟିକାକରଣର ଆରମ୍ଭ କରିଥିଲା।

ଟିକା ଯୋଗାଣରେ ଅଭାବ ସହ ମୁକାବିଲା କରି ସହର ଟିକାକରଣ କେନ୍ଦ୍ର ସଂଖ୍ୟାକୁ ଧୀରେ ଧୀରେ ବୃଦ୍ଧି କରିଥିଲା। ସମୁଦାୟ ୪୬୨ ସରକାରୀ ଏବଂ ବେସରକାରୀ ଟିକାକରଣ କେନ୍ଦ୍ର ଏହୀ ଲକ୍ଷ୍ୟ ହାସଲ କରିବା ସହଜ ହୋଇପାରିଥିବା ସେ କହିଛନ୍ତି। ସହରରେ ପ୍ରତିଦିନ ୧୨୩,୦୦୦ ଟିକାକରଣ କରିବାର କ୍ଷମତା ରହିଥିବା ସେ ସୂଚନା ଦେଇଛନ୍ତି।

Share