ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ ଭୁବେନେଶ୍ୱର ଗସ୍ତ କରିଛନ୍ତି। କୋରାପୁଟ ଜିଲାପାଳ ଭି କୀର୍ତ୍ତୀ ଭାସନ ସବୁଜ ପତାକା ଦେଖାଇ ଭୁବନେଶ୍ୱର ଗସ୍ତର ଶୁଭାରମ୍ଭ କରିଥିଲେ।

ସୂଚନା ଯୋଗ୍ୟ, ମଙ୍ଗଳବାର ଭୁବନେଶ୍ୱରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଯାତ୍ରାର ଶୁଭାରମ୍ଭ ସମୟରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ, ଜିଲା ସାମାଜିକ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ପଟ୍ଟନାୟକ, ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ ମାରାଣ୍ଡି, ଅତିରିକ୍ତ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରାଜ୍ୟ ସୀସା ପ୍ରମୁଖ ଉପସ୍ଥିତ ଥିଲେ।

ଯାତ୍ରା ଆରମ୍ଭ ପୂର୍ବରୁ ମହିଳାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମହିଳା ହିତାଧିକାରୀଙ୍କ ସହ ଦୁଇ ଜଣ ସ୍ବାସ୍ଥ୍ୟ କର୍ମୀ ଓ ପୋଲିସ କନେଷ୍ଟବଳ ରହିଛନ୍ତି। ଜିଲା ମିଶନ ଶକ୍ତି ଡିପିଏମ୍‌ ଜୟକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ୩ଟି ଗାଡିରେ ୧୦୦ଜଣ ମହିଳା ଭୁବନେଶ୍ୱର ଆସୁଛନ୍ତି। ଜିଲା ପରିଷଦର ଅତିରିକ୍ତ ନିବାହୀ ଅଧିକାରୀ ଗଣେଶ୍ୱର କଅଁର ଓ ପ୍ରୋଗ୍ରାମ ମ୍ୟାନେଜର(ଅର୍ଥ) ଅଂଶୁମାନ ପ୍ରଧାନ ମଧ୍ୟ ଭୁବନେଶର ଗସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ...

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ...

ଚଳିତ ବର୍ଷରେ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିବେ ସରକାର: ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ବିକିବେ ଚାଷୀ

ଭୁବନେଶ୍ୱର,୧୮ା୯: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ୍‌ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା...

Featured Video Play Icon

ଭରତପୁର ଘଟଣା, ଜାମିନ ପରେ ମୁହଁ ଖୋଲିଲେ…

ଭରତପୁର ଆର୍ମି ପୋଲିସ ଘଟଣା । ଗିରଫ ଯୁବତୀଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ । ଜାମିନ ମିଳିବା ପରେ ମୁହଁ ଖୋଲିଲେ ଯୁବତୀଙ୍କ ବାପା...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ଶୋଇଥିବା ବେଳେ ନାବାଳିକାଙ୍କୁ କାମୁଡ଼ି ଦେଲା ସାପ, ଆଉ ତା’ ପରେ…

ଅତାବିରା,୧୮ା୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଲରମ୍ଭା ଅମସ୍ତଲାରେ ବିଷାକ୍ତ ସାପ କାମୁଡ଼ାରେ ବୁଧବାର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ...

ଅଫିସ ଖୋଲି ଯୁବତୀଙ୍କ ଇଣ୍ଟରଭ୍ୟୁ ନେବା ସହ ଦେଉଥିଲେ ମିଛ ଅଫର ଲେଟର, ଏମିତି ପଡ଼ିଲେ ଧରା…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଏବଂ ଲିଳିମା ପ୍ରଧାନଙ୍କ ପକ୍ଷରୁ...

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri