Posted inଫୁରସତ

୧୦୦ ବର୍ଷରେ ବି ନୃତ୍ୟରେ ପ୍ରବୀଣା, ବୟସର ଛାପ ସାମାନ୍ୟତମ ବାରି ହେବନି…

‘ଏମିତି କିଛି ନାହିଁ ଯାହା ମଣିଷ ପକ୍ଷେ କରିବା ଅସମ୍ଭବ’, ଏହାକୁ ଜୀବନର ମନ୍ତ୍ର ଭାବେ ଆପଣେଇ ସେ କରିଚାଲିଛନ୍ତି ଯେତେସବୁ ଅସମ୍ଭବ କାମ। ୧୦୦ ବର୍ଷ ବୟସରେ ପାଦରେ ୩-୪ ଇଞ୍ଚର ହାଈ ହିଲ ପିନ୍ଧି ସେ ନାଚି ପାରନ୍ତି ବେଶ୍‌ ଆରାମରେ। ସେପୁଣି ଏମିତି ସେମିତି ନାଚ ନୁହେଁ ବଲ୍‌ରୁମ୍‌ ଡ୍ୟାନ୍ସ। ସେଇଥିପାଇଁ ତ ସେ ପୃଥିବୀର ସବୁଠାରୁ ବୟସ୍କା ବଲ୍‌ରୁମ୍‌ ଡ୍ୟାନ୍ସର ଭାବେ ଡ୍ବାର୍ଲଡ ରେକର୍ଡ କରିଛନ୍ତି। ୮୭ ବର୍ଷ ବୟସରେ ସେ ଏହି ଡ୍ୟାନ୍ସ କରିବା ଆରମ୍ଭ କରି ଖୁବ୍‌ ଶୀଘ୍ର ଦକ୍ଷ ହୋଇଯାଇଥିଲେ ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ୭୫୦ଟି ନୃତ୍ୟ ପ୍ରତିଯୋଗିତାରେ ତ ସେ ପ୍ରଥମ ହୋଇଛନ୍ତି।

୯୬ ବର୍ଷ ବୟସରେ ସେ ୨୭ ବର୍ଷୀୟ ଡ୍ୟାନ୍ସ ପାର୍ଟନର ଭାର୍ଡ ମାର୍ଗର଼୍ୟାନଙ୍କ ସହ ଆମେରିକାସ୍‌ ଗଟ୍‌ ଟ୍ୟାଲେଣ୍ଟ ଶୋ’ରେ ଅଂଶଗ୍ରହଣ କରିଥିଲେ। ଆଉ ଜଜ୍‌ମାନେ ଠିଆ ହୋଇ ତାଙ୍କ ଟ୍ୟାଲେଣ୍ଟକୁ ସମ୍ମାନ ଜଣାଇଥିଲେ। ୧୦୦ ବର୍ଷ ବୟସରେ ସେ ଆଥଲେଟା ନାମକ ଫିଟନେସ୍‌ କ୍ଲଥ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ବି ହୋଇଥିଲେ। ଏହାବାଦ ସେ ଜଣେ ଆନ୍ତର୍ଜାତୀୟ ସ୍ତରର ଯୋଗ ଇନ୍‌ଷ୍ଟ୍ରକଟର୍‌ ମଧ୍ୟ। ୮ ବର୍ଷ ବୟସରୁ ସେ ଯୋଗ ଶିଖିବା ଆରମ୍ଭ କରିଥିଲେ। ଯୋଗଶିକ୍ଷା ପ୍ରତି ତାଙ୍କର ଅବଦାନ ଲାଗି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବି କରାଯାଇଛି। ତାଙ୍କ ବାପା ଜର୍ମାନୀର ହୋଇଥିବାବେଳେ ମା’ ଭାରତୀୟ। ତେବେ ତାଓ ଜନ୍ମ ବେହା ପରେ ପରେ ତାଙ୍କ ମା’ ମୃତ୍ୟୁବରଣ କରିଥିଲେ। ତାଙ୍କ ଜନ୍ମ ପଣ୍ଡିଚେରୀରେ ହୋଇଥିଲା।  ଯୁବାବସ୍ଥାରେ ସେ ମଡେଲ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଲଣ୍ଡନ ଚାଲିଯାଇଥିଲେ। ସେଠାରେ ସେ କ୍ୟାବରେ ଡ୍ୟାନ୍ସର ହୋଇଥିଲେ। ପରେ ସେ ଆମେରିକା ଚାଲିଯାଇଥିଲେ। ଆଉ ହଲିଉଡ୍‌ ଫିଲ୍ମରେ ଅଭିନୟ ବି କରିଥିଲେ। ତେବେ ୧୦୧ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri