ନୂଆଦିଲ୍ଲୀ,୧୦ା୧: ରାଜଧାନୀ ଦିଲ୍ଲୀରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ସୋମବାର ଦିଲ୍ଲୀ ପୋଲିସର ପ୍ରାୟ ୧୦୦୦ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପୋଲିସ କର୍ମଚାରୀଙ୍କ ମଧ୍ୟରେ ଲୋକ ସମ୍ପର୍କ ଅଧିକାରୀ ଓ ଅତିରିକ୍ତ କମିଶନର ଚିନ୍ମୟ ବିଶ୍ୱାଳ ଅଛନ୍ତି।
ଦିଲ୍ଲୀ ପୋଲିସରେ ମୋଟ୍ ୮୦ ହଜାର କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ପୋଲିସ କମିଶନର ରାକେଶ ଆସ୍ତାନା କରୋନା ସଂକ୍ରମଣ ରୋକିବା ପାଇଁ ଏସ୍ଓପି ଜାରି କରିଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି।