ଖଣ୍ଡପଡ଼ା,୧୫ା୧୦(ଅଜୟ କୁମାର ମହାରଣା)ଖଣ୍ଡପଡ଼ାରୁ -ଭାପୁର- ଫତେଗଡ଼କୁ ସଂଯୋଗ କରୁଥିବା ପ୍ରାୟ ୧୮ କିମି ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର ହୋଇଛି। ମାତ୍ର ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରାୟ ୧ହଜାର ଗଛ କଟାଯିବ ବୋଲି ସୂଚନା ମିଳିଛି। ଉକ୍ତ ରାସ୍ତାର ଓସାର ୧୮ ଫୁଟ ଥିବା ବେଳେ ଏହାର ଓସାର ୨୪ ଫୁଟକୁ ବୃଦ୍ଧି କରାଯିବ। ଏହି ପ୍ରଶସ୍ତିକରଣ ଯୋଜନାରେ ରାସ୍ତା ପାର୍ଶ୍ୱରେ ରହିଥିବା ବହୁ ପୁରାତନ ଛାୟା ପ୍ରଦାନକାରୀ ବୃକ୍ଷ କଟା ଯିବ ବୋଲି ଜଣାପଡିବା ପରେ ପରିବେଶବିତ୍ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି ରାଜରାଜୁଡା ଅମଳରୁ ରୋପଣ କରାଯାଇଥିବା ବୃକ୍ଷ ସହ ରାଜ୍ୟ ସରକାର ବନ ବିଭାଗ ଜରିଆରେ ପ୍ରତିବର୍ଷ ମୁଖ୍ୟ ରାସ୍ତା ପାର୍ଶ୍ୱରେ ବନୀକରଣ ଯୋଜନାରେ ବହୁ ଗଛ ଲଗାଯାଇଛି। ଏଥି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ରାସ୍ତା ସମ୍ପ୍ରସାରଣ ବେଳେ ପଥ ପାର୍ଶ୍ୱ ଗଛଗୁଡିକର ସୁରକ୍ଷା ପ୍ରତି ଧ୍ୟାନ ଦିଆଯଉବୋଲି ବୁଦ୍ଧିଜୀବି ମହଲରୁ ଦାବି ହେଉଛି।