ଭୋପାଳ: ଅନେକ ଲୋକ ଘରେ ଗୃହପାଳିତ ପ୍ରାଣୀ ରଖିବାକୁ ବହୁତ ଭଲ ପାଆନ୍ତି। ସେମାନଙ୍କୁ ଅନେକ ଭଲ ପାଇବା ମଧ୍ୟ ଦେଇଥାନ୍ତି। ଏହା ଭିତରେ ଗୃହପାଳିତ ପ୍ରାଣୀଟି ପରିବାରର ଏକ ସଦସ୍ୟ ପାଲଟିଯାଇଥାଏ। ତା’ର ଅନୁପସ୍ଥିତି ପରିବାର ଲୋକଙ୍କୁ ଅନେକ ଦୁଃଖ ଦେଇଥାଏ। ଏପରି ଏକ ଘଟଣା ମଧ୍ୟପ୍ରଦେଶର ଦମୋହ ସହରରେ ଦେଖିବାକୁ ମିଳିଛି। ଗୋଟିଏ ପରିବାର କିଛି ବର୍ଷ ହେବ ଶୁଆ ପାଳିଥିଲେ, ଯାହାର ନାମ ରଖିଥିଲେ ବିଟୁ। ନିକଟରେ ସେହି ଶୁଆ କେଉଁଆଡେ ପଳାଇଯାଇଛି। ସେଥିପାଇଁ ପରିବାର ଲୋକେ ଅତ୍ୟନ୍ତ ଦୁଃଖରେ ଅଛନ୍ତି। ପରିବାରର ସଦସ୍ୟ ନିଜ କାମ ଛାଡି ସବୁ ଘର ଘର ବୁଲି ତାଙ୍କ ଶୁଆକୁ ଖୋଜୁଛନ୍ତି। ମାଇକ ଲଗାଇ ପ୍ରଚାର କରିବା ସହ ଶୁଆ ହଜିଯାଇଥିବା ପୋଷ୍ଟର କାନ୍ଥରେ ଲଗାଇବା ସହ ଘର ଘର ବୁଲି ବାଣ୍ଟୁଥିବା ଦେଖିବାକୁ ମିଳିଛି। ସେହି ପୋଷ୍ଟରରେ ଶୁଆକୁ ଯିଏ ଆଣି ଫେରାଇବେ ତାଙ୍କ ପାଇଁ ୧ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଛି। ଏହି ଘଟଣାରୁ ଲୋକଙ୍କ ପଶୁପକ୍ଷୀଙ୍କ ପ୍ରତି ଥିବା ଭଲପାଇବା ଦେଖିବାକୁ ମିଳୁଛି।