ମାଟି ତଳୁ ମିଳିଲା ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା…

ତେଳଅଭିବ୍‌,୧୦।୬: ଇସ୍ରାଏଲ୍‌ରେ ମାଟିତଳୁ ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା ମିଳିଛି। ଏହି ଅଣ୍ଡା ଦଶମ ଶତାବ୍ଦୀ ସମୟର ବୋଲି ଗବେଷକ ଅନୁମାନ କରିଛନ୍ତି। ତେବେ ଏହାକୁ ସଫା କରୁଥିବା ସମୟରେ ଅଣ୍ଡାଟି ଭାଙ୍ଗି ଯାଇଛି। ୟାବନେ ସହରରେ ବିକାଶ ମୂଳକ କାର୍ଯ୍ୟକ୍ରମ ଅର୍ନ୍ତଗତ ଖନନ ହେଉଥିବା ସମୟରେ ଅଣ୍ଡାଟି ମିଳିଥିବା ନେଇ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଡ. ଲି ପେରି ଗାଲ୍‌ ସୂଚନା ଦେଇଛନ୍ତି। କୁକୁଡ଼ା ପାଳନ ୬ ହଜାର ବର୍ଷ ତଳେ ପ୍ରଥମେ ଦକ୍ଷିଣ ପୂର୍ବ ଏସିଆରେ ହୋଇଥିବା ସେ କହିଛନ୍ତି।

Share