୨୫୦ ଏକର ପରିବ୍ୟାପ୍ତ ପ୍ଲାଣ୍ଟରେ ୧୦୦୦ କୋଟିର ନିବେଶ

ଭୁବନେଶ୍ୱର,୧୦।୧(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଆଡଭାନ୍ସଡ ମ୍ୟାଟେରିଆଲ୍ସ (ଜାମ୍‌) ତାମିଲନାଡୁରେ ପ୍ରାୟ ୧୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ଚେନ୍ନାଇଠାରେ ଆୟୋଜିତ ୨ଦିନିଆ ବୈଶ୍ୱିକ ନିବେଶକ ସମ୍ମିଳନୀରେ କମ୍ପାନୀ ବିସ୍ତୃତ ଭାବେ ଘୋଷଣା କରିଛି। ଏପରିକି କମ୍ପାନୀ ଦକ୍ଷିଣ ଭାରତରେ ପ୍ରଥମ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ପାଇଁ ତାମିଲନାଡୁ ସରକାରଙ୍କ ସହ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛି। ବିଶେଷ ୨୫୦ ଏକର ପରିବ୍ୟାପ୍ତ ଜମିରେ କମ୍ପାନୀ ଉକ୍ତ କାରଖାନା (ଅତ୍ୟାଧୁନିକ ପ୍ଲାଣ୍ଟ) ତ୍ରିଚିଠାରେ ସ୍ଥାପନ ହେବ ଏବଂ ପ୍ରାୟ ୩୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେହିଭଳି ଜାମ୍‌ ଉକ୍ତ କାରଖାନା (ପ୍ଲାଣ୍ଟ) ରେ ଅଭିନବ କମ୍ପୋଜିଟ୍‌ ସାମଗ୍ରୀ ଉତ୍ପାଦନ କରିବ। ସାରା ଭାରତରେ କମ୍ପାନୀର ଏହା ୪ର୍ଥ ପ୍ଲାଣ୍ଟ ହୋଇଥିବାବେଳେ ଉପରୋକ୍ତ ଏମ୍‌ଓୟୁ ଅନୁଯାୟୀ ତାମିଲନାଡୁ ସରକାର ଆବଶ୍ୟକ ଭିତ୍ତିଭୂମି ତଥା ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜାମ୍‌ର ନିର୍ଦ୍ଦେଶକ, ସି.ପି.ଅଗ୍ରୱାଲ ଏବଂ ତାମିଲନାଡୁ ସରକାରଙ୍କ ଗାଇଡାନ୍ସ, ଶିଳ୍ପ, ନିବେଶ ପ୍ରୋତ୍ସାହନ ଓ ବାଣିଜ୍ୟ ବିଭାଗର ଏମ୍‌ଡି ତଥା ସିଇଓ ଭି.ବିଷ୍ଣୁ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ,ରାଜ୍ୟ ଶିଳ୍ପମନ୍ତ୍ରୀ ଡ. ଟି.ଆର୍‌.ବି. ରାଜା, ମୁଖ୍ୟ ଶାସନ ସଚିବ ଶିବ ଦାସ ମୀନା ପ୍ରମୁଖ ଉପସ୍ଥିତ ଥିଲେ।
ଜାମ୍‌ର ନିର୍ଦ୍ଦେଶକ ସି.ପି.ଅଗ୍ରୱାଲ କହିଛନ୍ତି, ଦକ୍ଷିଣ ଭାରତରେ ଆମର ଗ୍ରାହକ ସେବା ଅଭିଜ୍ଞତାକୁ ବୃଦ୍ଧି କରିବାରେ ଉକ୍ତ ବୁଝାମଣାର ପ୍ରମୁଖ ଭୂମିକା ରହିଛି। ଏପରିକି ତାମିଲନାଡୁର ସୁଦୃଢ଼ ଭିତ୍ତିଭୂମି, ଅଧିକ ବାଣିଜ୍ୟ ସୁଯୋଗ ପାଇଁ ତ୍ରିଚିର ବନ୍ଦରଠାରୁ କମ୍‌ ଦୂରତା ଏବଂ ଭିତ୍ତିଭୂମି ଓ ଏରୋସ୍ପେସ୍‌ କ୍ଷେତ୍ରରେ ଥିବା ଇକୋସିଷ୍ଟମ ଆମର ପ୍ରତିବଦ୍ଧତାକୁ ଆହୁରି ଭଲ ଭାବେ ବିସ୍ତାର କରିବାକୁ ସକ୍ଷମ କରିବ।
ତାମିଲନାଡୁ ସରକାରଙ୍କ ବାଣିଜ୍ୟ ବିଭାଗର ଏମ୍‌ଡି ତଥା ସିଇଓ ଭି. ବିଷ୍ଣୁ କହିଛନ୍ତି, ଆମ ଲକ୍ଷ୍ୟକୁ ବୁଝିଥିବାରୁ ମୁଁ ନିବେଶକ, ଚିନ୍ତାନାୟକ, ନୀତି ନିର୍ମାତା ଏବଂ ବୁଦ୍ଧିଜୀବୀଙ୍କ ନିକଟରେ କୃତଜ୍ଞ। ଏପରିକି ତାମିଲନାଡୁ ବୈଶ୍ୱିକ ନିବେଶକ ସମ୍ମିଳନୀ-୨୦୨୪ର ସଫଳତାରେ ଆମ ବେଶ୍‌ ଉତ୍ସାହିତ ଥିଲାବେଳେ ଆମର ଉଦ୍ଦେଶ୍ୟ ଓ ଦୂରଦୃଷ୍ଟି ପ୍ରତିଫଳିତ ହୋଇଛି। ବିଶେଷ କରି ତାମିଲନାଡୁ ପ୍ରତିରକ୍ଷା ଶିଳ୍ପ କରିଡରରେ ଭିତିଭୂମି ଏବଂ ଏରୋସ୍ପେସରେ ଅଧିକ ଶିଳ୍ପ ଏବଂ ଜାମ ମଧ୍ୟ ଏହା ଉପରେ ଧ୍ୟାନ ଦେଉଛି। ଦକ୍ଷିଣ ଭାରତର ବାକି ଅଞ୍ଚଳ ସହ ତାମିଲନାଡୁର କେନ୍ଦ୍ରୀୟ ସଂଯୋଗକୁ ଦୃଷ୍ଟିରେ ରଖି ଜାମ ସହିତ ଉକ୍ତ ବୁଝାମଣା ସହରର ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ପ୍ରସ୍ତୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଷ୍ଟକ୍‌ ମାର୍କେଟର ଐତିହାସିକ ରେକର୍ଡ

ମୁମ୍ବାଇ,୨୧।୯: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ ମାକେର୍ଟ ଏକ ନୂଆ ମାଇଲଖୁଣ୍ଟ ସହ ଐତିହାସିକ ରେକର୍ଡ ସ୍ଥାପନ କରିଛି। ଏପରିକି ଘରୋଇ ଶେୟାର ବଜାର...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri