୧୦,୦୦୦ କୋଟିର କାରବାର ଆକଳନ

ନୂଆଦିଲ୍ଲୀ,୨୩।୪: ଗତ ବର୍ଷର ଅକ୍ଷୟ ତୃତୀୟା କାରବାର ଅପେକ୍ଷା ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ପ୍ରାୟ ୧୫ରୁ ୨୦% ହ୍ରାସ ପାଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଚଳିତ ବର୍ଷର ଦର ଗତ ବର୍ଷ ଅପେକ୍ଷା ପ୍ରାୟ ୫,୦୦୦ ଟଙ୍କା ଅଧିକ ରହିଛି। ଏହା ସତ୍ତ୍ୱେ ମଧ୍ୟ ସାରା ଦେଶରେ ଅକ୍ଷୟ ତୃତୀୟା କାରବାର ପ୍ରାୟ ୧୦,୦୦୦ କୋଟି ଟଙ୍କା ହେବ ବୋଲି ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଶଏନ (ଆଇବିଜେଏ) ପକ୍ଷରୁ କୁହାଯାଇଛି। ବିଶେଷକରି ଅକ୍ଷୟ ତୃତୀୟା ଅବସରରେ ମୂଲ୍ୟବାନ୍‌ ଅଳଙ୍କାର କିଣିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ପ୍ରତ୍ୟେକ ଭାରତୀୟଙ୍କର ବିଶ୍ୱାସ ରହିଛି। ଫଳରେ ଦର ଉଚ୍ଚା ରହିଥିଲେ ସୁଦ୍ଧା ଅକ୍ଷୟ ତୃତୀୟାରେ ଭାରତୀୟ ଗ୍ରାହକ ସୁନା, ରୁପା, ହୀରା ଓ ମୂଲ୍ୟବାନ୍‌ ଅଳଙ୍କାର ସାମଗ୍ରୀ ସମେତ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ଓ ଗହଣା ଆଦି କିଣିବାକୁ ଆଶାୟୀ ଓ ଆଗ୍ରହୀ ରହିଥିବା ଗତ ସପ୍ତାହ ପୂର୍ବରୁ ବଜାରର ଭିଡ଼ ଓ କାରବାର ତାହା ଦର୍ଶାଉଛି ବୋଲି ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲର୍ସ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଜୁଏଲର୍ସ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବ୍ୟାପକ ଅଳଙ୍କାର ସମ୍ଭାର ଓ ନୂତନ କଲେକ୍ସନ ସହ ଆକର୍ଷଣୀୟ ଅଫର ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ନୂଆଦିଲ୍ଲୀ ବଜାରରେ କ୍ରମାଗତ ୨ୟ ସପ୍ତାହ ଲାଗି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ହେଲେ ବର୍ତ୍ତମାନ ମଧ୍ୟ ୨୨ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୫,୦୦୦ ଓ ୬୦,୦୦୦ ଟଙ୍କାରେ କାରବାର ହେଉଛି। ସେହିଭଳି ବର୍ତ୍ତମାନର ଦର ପୂର୍ବ ବର୍ଷଠାରୁ କିଛି ପରିମାଣରେ ଅଧିକ ଥିଲେ ସୁଦ୍ଧା ନୂଆଦିଲ୍ଲୀ ବଜାରରେ ପ୍ରାୟ ୧୫୦୦ରୁ ୨୦୦୦ କୋଟି ଟଙ୍କାର କାରବାର ହେବ ବୋଲି ଆସୋସିଏଶନ ପକ୍ଷରୁ ଆକଳନ କରାଯାଇଛି। ସେହିପରି ଦେଶର ପ୍ରମୁଖ ରାଜ୍ୟ ଓ ସହରଗୁଡ଼ିକରେ ମଧ୍ୟ ଭଲ କାରବାର ହେବ ବୋଲି ଆଶା କରାଯାଉଛି। ବିଶେଷକରି ମୁମ୍ବାଇ ବଜାରରେ ୨୦୦୦ରୁ ୨୫୦୦ କୋଟିର କାରବାର ଆକଳନ କରାଯାଉଥିବା ବେଳେ କୋଲକାତା ବଜାରରେ ୧୫୦୦ରୁ ୨୦୦୦ କୋଟି, ଚେନ୍ନାଇ ବଜାରରେ ୧୨୦୦ରୁ ୧୫୦୦ କୋଟି ଟଙ୍କାର କାରବାର ନେଇ ଆକଳନ କରାଯାଇଛି। ସେହିପରି ବେଙ୍ଗାଲୁରୁ, ଅହମଦବାଦ, ହାଇଦ୍ରାବାଦ ଭଳି ଦେଶର ପ୍ରମୁଖ ସହରରେ ମଧ୍ୟ ୫୦୦ରୁ ୧୦୦୦ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଆସୋସିଏଶନ ପକ୍ଷରୁ ଆକଳନ କରାଯାଇଛି। ଅପରପକ୍ଷରେ ଓଡ଼ିଶା ବଜାରରେ ମଧ୍ୟ ଅକ୍ଷୟ ତୃତୀୟା କାରବାର ପ୍ରାୟ ୨୦୦ରୁ ୨୫୦ କୋଟି ଟଙ୍କା ହେବ ବୋଲି ଉଭୟ ପ୍ରତିଷ୍ଠାନ ଓ ବ୍ୟବସାୟ ସଂଘ ପକ୍ଷରୁ ଆକଳନ କରାଯାଇଛି। ବିଶେଷକରି ଭୁବନେଶ୍ୱରରେ ପ୍ରାୟ ୧୫୦ କୋଟି ଟଙ୍କାର କାରବାର ନେଇ ଆଶା କରାଯାଉଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସହର ଯଥା କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର,ପୁରୀ ଏବଂ ଅନୁଗୋଳରେ ପ୍ରାୟ ୧୦୦ କୋଟି ଟଙ୍କାର କାରବାର ହେବ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଓଡ଼ିଶା ସୁନା ବଜାର ବିଶେଷକରି ଭୁବନେଶ୍ୱର ଭଳି ପ୍ରମୁଖ ସହରରେ ଜଣାଶୁଣା ତଥା ପ୍ରତିଷ୍ଠିତ ସୁନା ଅଳଙ୍କାରଗୁଡ଼ିକରେ ମଧ୍ୟ ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର ସାଙ୍ଗକୁ ଅନ୍ୟାନ୍ୟା ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଓଡ଼ିଶାର ଜୁଏଲର୍ସ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବ୍ୟାପକ କଲେକ୍ସନ ଓ ନୂତନ ସମ୍ଭାର ଶୁଭାରମ୍ଭ କରାଯାଇଛି। ବିଶେଷକରି ଅକ୍ଷୟ ତୃତୀୟା ସାଙ୍ଗକୁ ଆଗାମୀ ବିବାହ ଋତୁ ପାଇଁ ଭଲ ବ୍ୟବସାୟ ଆଶାରେ ବ୍ୟବସାୟମାନେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ସମୟରେ ଭୁବନେଶ୍ୱର ବଜାରରେ ୧୦ଗ୍ରାମ ୨୨ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୫୬,୦୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୧,୦୦୦ଟଙ୍କା ରହିଛି ବୋଲି ସହରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର...

କିଏ ସେହି ବିଜୟା କିଶୋର ରାହାଟକର? ହେଲେ ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର...

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌

ଶ୍ରୀନଗର,୧୯।୧୦: ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ଉମର ଅବଦୁଲ୍ଲା କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର, ଜାଣନ୍ତୁ କେତେ ପାଇବେ ଦରମା…

ନୂଆଦିଲ୍ଲୀ,୧୯ା୧୦: ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ବାସ୍ତବରେ ରେଳ କର୍ମଚାରୀଙ୍କ ଅଭାବକୁ ଦୂର କରିବା ପାଇଁ ରେଳବାଇ...

ପଙ୍କଜା ମୁଣ୍ଡେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ…, କିଏ ଉଠାଇଲେ ଏହି ନାମ

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଆସନ ବଣ୍ଟନରେ ସମସ୍ତ ରାଜନୈତିକ ଦଳ ବ୍ୟସ୍ତ ଅଛନ୍ତି। ଏକନାଥ ଶିନ୍ଦେଙ୍କ ନାମରେ ନିର୍ବାଚନ ଲଢିିବା ପାଇଁ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri