ଖୋଲିବ ୧୦,୦୦୦ ନୂଆ ଡାକଘର

ନୂଆଦିଲ୍ଲୀ,୨୬।୮:ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ଡାକ ବିଭାଗ ପକ୍ଷରୁ ଆଉ ୧୦,୦୦୦ ନୂଆ ଡାକଘର ଖୋଲାଯିବ ବୋଲି ବିଭାଗୀୟ ସଚିବ ଅମନ ଶର୍ମା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି। ବିଭାଗୀୟ ସେବାକୁ ସବୁ ବର୍ଗଙ୍କ ନିକଟରେ ପହଞ୍ଚାଇବାକୁ ଅଧିକ ଡାକଘର ଖୋଲିବାକୁ ସରକାର ଯୋଜନା କରୁଥିବା ସେ ମତ ବ୍ୟକ୍ତ କରିଛନ୍ତି। ସେହିଭଳି ଲୋକଙ୍କୁ ସେମାନଙ୍କ ଘରର ୫ କି.ମି. ଭିତରେ ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥିକ ସେବା ଉପଲବ୍ଧ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଅମନ ସୂଚନା ଦେଇଛନ୍ତି। ଡାକଘରର ଆଧୁନିକୀକରଣ ପାଇଁ ସରକାର ପ୍ରାୟ ୫,୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି। ଲୋକଙ୍କୁ ଡାକଘର ଆସିବା ପରିବର୍ତ୍ତେ ଟେକ୍ନୋଲୋଜି ସାହାଯ୍ୟରେ ତାଙ୍କ ଘର ପାଖରେ ସେବା ପହଞ୍ଚାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଏସ୍ କଲ୍, ମେସେଜ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩ା୧୨: ଟେଲିକମ୍ ରେଗୁଲେଟର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ସୋମବାର ଶୁଳ୍କ ନିୟମରେ ସଂଶୋଧନ କରିଛି। ଏହା ଅଧୀନରେ ମୋବାଇଲ୍ ସେବା ପ୍ରଦାନକାରୀ...

ଗ୍ରାହକଙ୍କ ଚାହିଦାରେ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର,୨୩।୧୨: ଆଉ କିଛି ଦିନ ପରେ ଇଂରାଜୀ ନବ ବର୍ଷ ସାଙ୍ଗକୁ ଶୁଭ କାର୍ଯ୍ୟ (ଗୃହ ପ୍ରବେଶ)ର ଆଗମନ ଉପଲକ୍ଷେ ଗ୍ରାହକ ଘର ସାଜସଜ୍ଜା ପାଇଁ ଆକର୍ଷଣୀୟ...

ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ସୋର୍ଡ ଅଫ୍‌ ଅନର ପୁରସ୍କାର

ନୂଆଦିଲ୍ଲୀ,୨୩।୧୨: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ‘ସୋର୍ଡ ଅଫ୍‌ ଅନର’ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ହିସାର ୟୁନିଟକୁ...

୧.୪୬ ଲକ୍ଷ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ୨୦୨୦ରୁ କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ...

ଓଏସିସ୍‌ ଫର୍ଟିଲିଟିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ...

ଲାଇଫ୍‌ ଷ୍ଟାଇଲର ସେଲ୍‌ ଅଫ୍‌ ଦି ସିଜନ

ନୂଆଦିଲ୍ଲୀ,୨୧।୧୨: ଲାଇଫ୍‌ ଷ୍ଟାଇଲର ବହୁ ପ୍ରତୀକ୍ଷିତ ବିକ୍ରୟ ଅଫର ‘ସେଲ୍‌ ଅଫ୍‌ ଦି ସିଜନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସ୍ବତନ୍ତ୍ର ବିକ୍ରୟ ଅଫର...

ବିଆଇଏସ୍‌ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ(ବିଆଇଏସ୍‌)ର ୨ଦିନିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାନକ ମାଧ୍ୟମରେ ବିଜ୍ଞାନ ଶିକ୍ଷା’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ...

ଓରେରାର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ର ନୂତନ ୱେବ୍‌ସାଇଟ୍‌ https://rera.odisha.gov.in ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓରେରା ସଂସ୍କରଣ ୨.୦ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri