ଗୁରୁ ପୂର୍ଣ୍ଣିମା ଅବସରରେ ଟେକ୍ସାସରେ ଭଗବତ ଗୀତା ପାଠକଲେ ୧୦ ହଜାର ଲୋକ

ଟେକ୍ସାସ,୪।୭: ଗୁରୁ ପୂର୍ଣ୍ଣିମା ଅବସରରେ ଆମେରିକାର ଟେକ୍ସାସରେ ଭଗବତ ଗୀତା ପାଠ କରିବାକୁ ୪-୮୪ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଲୋକ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମ ଯୋଗ ସଂଗିତା ଓ ଏସଜିଏସ ଗୀତା ଫାଉଣ୍ଡେଶନ ଦ୍ୱାରା ଭଗବତ ଗୀତା ପାରାୟଣ ଯଜ୍ଞ ଭାବେ ଆୟୋଜିତ କରାଯାଇଥିଲା।

ମୌସୁରର ଅବଦୁତ ଦତ୍ତା ପୀଠ ଆଶ୍ରମରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ଗୁରୁ ପୂର୍ଣ୍ଣିମା ଅବସରରେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ସାଧୁ ପୂଜା ଗଣପତି ସଚ୍ଚିଦାନନ୍ଦ ଜିଙ୍କ ଉପସ୍ଥିତିରେ ଭଗବତ ଗୀତା ପାଠ କରାଯାଇଥିଲା। ଅବଦୁତ ଦତ୍ତ ପୀଠ ହେଉଛି ଏକ ଆନ୍ତର୍ଜାତୀୟ ଆଧ୍ୟାତ୍ମିକ, ସାଂସ୍କୃତିକ ତଥା ସାମାଜିକ କଲ୍ୟାଣ ସଂଗଠନ ଯାହାପରମ ପାବନ ଶ୍ରୀ ଗଣପତି ସଚ୍ଚିଦାନନ୍ଦ ଜୀ ସ୍ବାମୀଜୀଙ୍କ ଦ୍ୱାରା ୧୯୬୬ରେ ପ୍ରତିଷ୍ଠା କରାଯାଇଥିଲା।

Share