ଓଡ଼ିଶା ଆସିଲା ଆଉ ୧ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା

ଭୁବନେଶ୍ୱର,୮।୫(ବ୍ୟୁରୋ): ଆମ ରାଜ୍ୟରେ ଶନିବାର ଆଉ ୧ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ପହଞ୍ଚିଛି। ରାଜ୍ୟ ସରକାରଙ୍କ ଦ୍ବାରା କିଣାଯାଇଥିବା ଏହି କୋଭିଶିଲ୍ଡ ଟିକା ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ବାସ୍ଥ୍ୟ) ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଏହି ଟିକା ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଦିଆଯିବ।

ସୂଚନାଯୋଗ୍ୟ, ୧୮ରୁ ୪୪ ବୟସ ବର୍ଗରେ ପ୍ରାୟ ୧.୯୩ କୋଟି ଲୋକଙ୍କୁ ଟିକାକରଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି।

Share