ଓଡ଼ିଶାକୁ ୧୦,୦୧୨ କୋଟିର ଅନୁଦାନ

ଭୁବନେଶ୍ୱର,୪।୨(ବ୍ୟୁରୋ): କେନ୍ଦ୍ର ବଜେଟ ୨୦୨୩-୨୪ରେ ଓଡ଼ିଶାକୁ ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ ଆବଣ୍ଟିତ ହୋଇଛି। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଘୋଷଣା କରିଛନ୍ତି। ରାଜ୍ୟକୁ ମିଳିଥିବା ରେଳ ଅନୁଦାନ ମଧ୍ୟରେ ଏହା ସବୁଠୁ ଅଧିକ। ଏପରି କି କେନ୍ଦ୍ର ସରକାର ପୁଣି ଥରେ ରାଜ୍ୟ ମାଗିଥିବା ପରିମାଣଠାରୁ ଅଧିକ ଅନୁଦାନ ଦେଇଛନ୍ତି। ଏହି ଅନୁଦାନ ମଧ୍ୟରେ ୩୭ଟି ନୂଆ ରେଳ ଲାଇନ୍‌ ପ୍ରକଳ୍ପ ପାଇଁ ୨,୫୬୪ କୋଟି ଏବଂ ୪,୬୪୩ କି.ମି. ରେଳ ଲାଇନର ଦୋହରୀକରଣ ଲାଗି ୩,୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୨୮୯ କିଲୋମିଟର ଖୋର୍ଦ୍ଧା ରୋଡ୍‌- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ସର୍ବାଧିକ ୧,୫୯୯ କୋଟି ମଞ୍ଜୁୁର କରାଯାଇଥିବାବେଳେ ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୩୦୦ କୋଟି ଏବଂ ଅନୁଗୋଳ- ସୁକିନ୍ଦା ରୋଡ୍‌ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାସହିତ କେତେକ ଘୋଷଣା ମଧ୍ୟ କରାଯାଇଛି। ତଦନୁଯାୟୀ ଭୁବନେଶ୍ୱରର ଲିଙ୍ଗରାଜ ରୋଡ୍‌ ଷ୍ଟେଶନରୁ ପୁରୀ ପର୍ଯ୍ୟନ୍ତ ବନ୍ଦେ ମେଟ୍ରୋ ଟ୍ରେନର ଚଳାଚଳ କରାଯିବ। ରାଜ୍ୟର ୫୭ଟି ଷ୍ଟେଶନକୁ ନବୀକରଣ କରାଯିବ। ନୂତନ ଭାବେ ଜନ ଜାତୀୟ ଗୌରବ କରିଡର ଏବଂ ଶକ୍ତି କରିଡର ବ୍ୟବସ୍ଥା ହୋଇଛି। ଏଥିନିମନ୍ତେ ୨୮୪ କୋଟି ଟଙ୍କା ଲେଖାଏ ବ୍ୟୟବରାଦ କରାଯାଇଛି। ନୂତନ ପୋର୍ଟ ସଂଯୋଗୀକରଣ ପାଇଁ ୫୭ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ରାଜ୍ୟରେ ୨୮୦ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ କରାଯିବାକୁ ଘୋଷଣା ହୋଇଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗତ ୧ ତାରିଖରେ ଲୋକ ସଭାରେ ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିଥିଲେ। ସେଥିରେ ଭାରତୀୟ ରେଳର ବିକାଶ ଏବଂ ଭିତ୍ତିଭୂମି ସୁୁଦୃଢ଼ ପାଇଁ ୨.୪ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ତଦନୁଯାୟୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରେଳ ବଜେଟରେ ବିଭିନ୍ନ ରାଜ୍ୟ ପାଇଁ ଆବଣ୍ଟିତ ଅର୍ଥ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାକୁ ମିଳିଥିବା ଟଙ୍କାର ପରିମାଣ ଓ ରେଲଓ୍ବେ ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ବଜେଟ ବହୁ ପୂର୍ବରୁ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟକୁ ପ୍ରାୟ ୮,୪୦୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ଅନୁରୋଧ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ୧୦,୦୧୨ କୋଟି ଟଙ୍କା ଆବଣ୍ଟନ କରିଥିବା ବୈଷ୍ଣବ କହିଛନ୍ତି। ସୂଚନାଥାଉ କି, ୨୦୨୨-୨୩ ବଜେଟ୍‌ ପୂର୍ବରୁ ୭,୬୦୦ କୋଟି ଟଙ୍କା ଦାବି କରିଥିବା ବେଳେ କେନ୍ଦ୍ର ସରକାର ୯,୭୩୪ କୋଟି ଟଙ୍କାର ରେଳ ଅନୁଦାନ ଘୋଷଣା କରିଥିଲେ। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶା ବାର୍ଷିକ ହାରାହାରି ୮୩୪ କୋଟି ଟଙ୍କା ରେଳ ଅନୁଦାନ ମିଳୁଥିଲା। ଏହାର ୧୨ ଗୁଣ ଅଧିକ ଅନୁଦାନ ୨୦୨୩-୨୪ ନିମନ୍ତେ ଓଡ଼ିଶାକୁ ଯୋଗାଇ ଦିଆଯାଇଥିବା ସେ କହିଛନ୍ତି। ରେଳମନ୍ତ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷମଧ୍ୟରେ ପ୍ରାୟ ୨୮୦ କି.ମି. ରେଳଲାଇନ୍‌ ନିର୍ମାଣ ହେବ। ଗତ ଆର୍ଥିକ ବର୍ଷ ଅପେକ୍ଷା ଏଥର ଅନେକ ବିକାଶମୂଳକ କାର୍ଯ୍ୟ ଓ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି। ଶତ ପ୍ରତିଶତ କାର୍ଯ୍ୟ ସହ ବ୍ୟୟବରାଦ ଟଙ୍କାର ପୂର୍ଣ୍ଣ ବିନିଯୋଗ ପାଇଁ ମନ୍ତ୍ରଣାଳୟ ଏବଂ ଓଡ଼ିଶା କ୍ଷେତ୍ରର ରେଳପଥ (ପୂର୍ବତଟ ରେଳପଥ) ପକ୍ଷରୁ ବ୍ୟାପକ ଆକ୍ସନ ପାଳନ ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ କହିଛନ୍ତି। ୨୦୨୩ ଅଗଷ୍ଟ ଶେଷ ସୁଦ୍ଧା ଭାରତ ସରକାରଙ୍କ ମହତ୍ୱାକାଂକ୍ଷୀ ରେଳ ପ୍ରକଳ୍ପ ‘ବନ୍ଦେ ମେଟ୍ରୋ ଟ୍ରେନ’ ପ୍ରକଳ୍ପର ମାଷ୍ଟର ଡିଜାଇନ ଉନ୍ମୋଚନ କରାଯିବ। ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ବନ୍ଦେ ମେଟ୍ରୋ ଟ୍ରେନ ଚାଲିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। କଟକ-ଭୁବନେଶ୍ୱର, ପୁରୀ-କଟକ/ଭୁବନେଶ୍ୱର, ରାଉରକେଲା- ସମ୍ବଲପୁର ଅଥବା ରାଉରକେଲା-ସୁନ୍ଦରଗଡ଼ ଭଳି ରେଳ ଅଞ୍ଚଳରେ ଉକ୍ତ ଟ୍ରେନ ଚାଲିବା ଯୋଜନା ରହିଥିବା ସେ କହିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଆବଣ୍ଟିତ ଅର୍ଥର ୯୫% ଅର୍ଥ ବିଭିନ୍ନ ପ୍ରକଳ୍ପ ସାଙ୍ଗକୁ ରେଳପଥର ଉନ୍ନତୀକରଣ,ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ଭଳି କାର୍ଯ୍ୟରେ ବ୍ୟବହୃତ ହୋଇଛି।
ଏହି ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳ ବଜେଟରେ ଓଡ଼ିଶା କ୍ଷେତ୍ରକୁ ଆବଣ୍ଟିତ ଅର୍ଥର ହିସାବ ଦେଇଥିଲେ। ପୂର୍ବତଟ ରେଳପଥର ଆଗାମୀ କାର୍ଯ୍ୟକଳାପ ଓ ଆକ୍ସନ ପ୍ଲାନ୍‌ ସମ୍ପର୍କରେ ସେ ବିସ୍ତୃତ ଆଲୋକପାତ କରିଥିଲେ। ପୂର୍ବତଟ ରେଳପଥ ଓଡ଼ିଶାରେ ଦଶଗୁଣ ବିକାଶମୂଳକ କାର୍ଯ୍ୟ ସାଙ୍ଗକୁ ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ କାର୍ଯ୍ୟ କରିବ ବୋଲି ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ରଥକାଠ

ବୌଦ୍ଧ,୨୭।୪(ଅଜିତ କୁମାର ବାରିକ): ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରବିବାର ଚଳିତବର୍ଷ ପ୍ରଥମ ରଥକାଠ ବୌଦ୍ଧ ବନଖଣ୍ଡରୁ ପୁରୀ ପଠାଯାଇଛି। ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା...

ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ...

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ...

Pakistan: ପାକ୍‌ ଗିରଫ କରିଥିବା ଭାରତୀୟ ଯବାନଙ୍କୁ ଖୋଜି ଖୋଜି ପାକିସ୍ତାନ ପଳାଇଲେ ଗର୍ଭବତୀ ସ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୭।୪: ସ୍ବାମୀଙ୍କୁ ମୁକୁଳେଇବା ପାଇଁ ପାକିସ୍ତାନ ଗସ୍ତ କରୁଛନ୍ତି ସ୍ତ୍ରୀ। ପଞ୍ଜାବର ଫେରୋଜପୁର ଜିଲାରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନ ରେଞ୍ଜର୍ସ ଦ୍ୱାରା...

ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ...

Pahalgam Attack: ଆକ୍ରମଣବେଳେ ଜାମା ମସଜିଦରେ ଚାଲିଥିଲା ଏମିତି, ସେଦିନ ନମାଜ ପାଠ ସାରି ମୁସଲମାନମାନେ କହିଥିଲେ…

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ସମଗ୍ର...

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ,୨୭ା୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ପିଛା ଛାଡୁନାହଁ।  ୩ ଦିନ ତଳେ ଜଣେ ମହିଳା ରୋଗୀଙ୍କ ଲିଫ୍ଟରେ ଚାପି ହୋଇ ମୃତ୍ୟୁ...

ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ! AIର ଭୟଙ୍କର ଆକଳନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image