୧,୦୦୩ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟର ୧,୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରୁ ୯୩୯ଟି ସିନିୟର ଏସ୍‌ଇଏସ୍‌ ପ୍ରଧାନଶିକ୍ଷକ ଓ ୬୪ଟି ଓଇଏସ୍‌-୨ ପ୍ରଧାନଶିକ୍ଷକ ପଦବୀ ରହିଛି। ତେବେ ଓଇଏସ୍‌-୨ ପ୍ରଧାନଶିକ୍ଷକ ପଦବୀଗୁଡ଼ିକ ଯଥାରୀତି ପୂରଣ କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବିଧାନସଭାରେ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହା କହିଛନ୍ତି। ସେହିଭଳି ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ୨୫୮୯ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୮୭୩ ୪ର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ରହିଛି। ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁନଃ ଥଇଥାନ ଯୋଜନା ଜରିଆରେ ପର୍ଯ୍ୟାୟକ୍ରମେ ଏସବୁ ପଦବୀ ପୂରଣ କରାଯାଉଛି। ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟରେ ୪ର୍ଥ ଶ୍ରେଣୀ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇ ନ ଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Share