ପ୍ରବଳ ଥଣ୍ଡାରେ ୧୦୦ କିଲୋମିଟର ମାରାଥନ୍‌: ଅଧାବାଟରେ ୨୧ ଜଣଙ୍କ ମୃତ୍ୟୁ…

ବେଜିଂ,୧୨।୬: ଚାଇନାରେ ଏକ ମରାଥନ ଦୌଡ଼ ସମୟରେ ୨୧ ଜଣ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଥଣ୍ଡା ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗାସୁଁ ପ୍ରଦେଶରେ ମେ ୨୩ରେ ୧୦୦ କିଲୋମିଟର ମାରାଥନ୍‌ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବରଫାପାତ ଏବଂ ଝଡ଼ବର୍ଷା ଯୋଗୁ ଏଭଳି ହୋଇଛି। ଆୟୋଜନକାରୀ ପାଣିପାଗ ସମ୍ପର୍କରେ ପ୍ରତିଯୋଗୀଙ୍କୁ କୌଣସି ସୂଚନା ପ୍ରଦାନ କରି ନ ଥିବା ଅଭିଯୋଗ ହୋଇଛି। ୨୦୧୮ଠାରୁ ଆରମ୍ଭ ହୋଇଥିବା ଗାସୁଁ ମାରାଥନ୍‌ରେ ପ୍ରଥମ ବର୍ଗରେ କିଲୋମିଟର, ଦ୍ୱିତୀୟ ବର୍ଗରେ ୨୧ କିଲୋମିଟର ଏବଂ ତୃତୀୟ ବର୍ଗରେ ୧୦୦ କିଲୋମିଟର ମାରାଥନ୍‌ ଦୌଡ଼ ହୋଇଥାଏ। ଜନମାନବ ଶୂନ୍ୟ ରାସ୍ତାରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ୨୦ ଘଣ୍ଟାର ସମୟ ପ୍ରତିଯୋଗୀଙ୍କୁ ପ୍ରଦାନ କରାଯାଇଥାଏ। ଚେକ୍‌ ପଏଣ୍ଟ୍‌ ୨ ଏବଂ ୩ ମଧ୍ୟରେ ପ୍ରତିଯୋଗୀଙ୍କୁ ଖରାପ ପାଗର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Share