ଜାତିସଂଘ ମୁଖ୍ୟାଳୟରେ ବି ଶୁଣିବାକୁ ମିଳିବ ମନ କି ବାତର ୧୦୦ତମ ଏପିସୋଡ, ବିଲ ଗେଟସ୍‌ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ଏପିସୋଡର ପ୍ରଚାର ଜାତିସଂଘର ମୁଖ୍ୟଳୟରେ ବି କରାଯିବ। ଏହି କାର୍ଯ୍ୟକ୍ରମର ୧୦୦ ତମ ଏପିସୋଡ ରବିବାର ୩୦ ଏପ୍ରିଲରେ ପ୍ରଚାରିତ ହେବ । ଏହି ବିଶେଷ ଅବସରରେ ମାଇକ୍ରୋସପ୍ଟର ସହ-ସଂସ୍ଥାପକ ବିଲ ଗେଟ୍ସ ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ‘ମନ କି ବାତରେ ମହିଳାଙ୍କ ଆର୍ଥିକ, ସଶକ୍ତିକରଣ, ସ୍ବାସ୍ଥ୍ୟ, ସ୍ବଚ୍ଛତା ଓ ଅନ୍ୟ ପ୍ରସଙ୍ଗ ଉପରେ ବିକାଶ ଦିଗରେ ସଚେତନତା ସୃଷ୍ଟି କରିଛି।
ଏହି ଐତିହାସିକ ମୁହୂର୍ତ୍ତକୁ ନେଇ ଜାତିସଂଘ ଟୁଇଟରେ କହିଛି, ଐତିହାସିକ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମର ୧୦୦ ତମ ଏପିସୋଡର ଲାଇଭ ପ୍ରସାରଣ ଆଟଦରେଟ ୟୁଏନ ମୁଖ୍ୟାଳୟରେ ଟ୍ରଷ୍ଟିଶିପ କାଉନସିଲ ଚାମ୍ବରରେ ଦେଖାଯିବ।
ମନ କି ବାତର ୧୦୦ ତମ ଏପିସୋଡର ଲାଇଭ ପ୍ରସାରଣ ଭାରତୀୟ ସମୟ ଅନୁସାରେ ୩୦ ଏପ୍ରିଲ ସକାଳ ୧୧ଟାରେ କରାଯିବ। ସେତେବେଳେ ନ୍ୟୁୟର୍କରେ ଦେଢଟା ବାଜିଥିବ। ଜାତିସଂଘ ମୁଖ୍ୟାଳୟରେ ରବିବାର ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଐତିହାସିକ ଓ ଅଭୁତପୁର୍ବ ହେବ।

Share